ETV Bharat / technology

PAN 2.0: QR Code ସହ ନୂଆ ପ୍ୟାନ କାର୍ଡ ଆଣୁଛନ୍ତି ସରକାର; କେମିତି ଆବେଦନ କରିବେ - MODI CABINET

ମୋଦି କ୍ୟାବିନେଟରେ PAN 2.0 ପ୍ରକଳ୍ପ ଉପରେ ମୋହର ଲାଗିଛି । ଏବେ ପ୍ୟାନ କାର୍ଡ QR କୋଡ୍‌ ସହିତ ଜାରି ହେବ । ପୁରୁଣା ପ୍ୟାନ କାର୍ଡର ଏବେ କଣ ହେବ ଜାଣନ୍ତୁ...

Cabinet approves PAN 2.0 Project
Cabinet approves PAN 2.0 Project (Credit- PIB)
author img

By ETV Bharat Tech Team

Published : Nov 26, 2024, 6:20 PM IST

Updated : Nov 26, 2024, 6:29 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆୟକର ବିଭାଗର PAN 2.0 ପ୍ରକଳ୍ପ ଉପରେ ମୋଦି କ୍ୟାବିନେଟରେ ମୋହର ଲାଗିଛି । ଏବେ ଭାରତୀୟ ନାଗରିକଙ୍କୁ ଖୁବଶୀଘ୍ର QR କୋଡ୍‌ ଥିବା ନୂଆ ପ୍ୟାନ କାର୍ଡ ମିଳିବ, ଯାହାକି ସରକାରଙ୍କ ଡିଜିଟାଲ ଇଣ୍ଡିଆ ଅଧୀନରେ ହେବ । ତେବେ ଏବେ ପ୍ରଶ୍ନ ଉଠୁଛୁ ପୁରୁଣା ପ୍ୟାନ କାର୍ଡର କଣ ହେବ ? ନୂଆ ପ୍ୟାନ କାର୍ଡ ପାଇଁ କେଉଁଠି ଓ କେମିତି ଆବେଦନ କରିବାକୁ ପଡ଼ିବ ? ସରକାର କାହିଁକି ନୂଆ ପ୍ୟାନ କାର୍ଡ ଜାରି କରୁଛନ୍ତି ? ଏ ସମ୍ପର୍କରେ ଆସନ୍ତୁ ଜାଣିବା ।

PAN କାର୍ଡ କଣ ?

ପ୍ୟାନ୍ ନମ୍ବର ହେଉଛି ଏକ 10 ଅଙ୍କ ବିଶିଷ୍ଟ ପରିଚୟ ପ୍ରମାଣ ଯାହା ଦ୍ବାରା ଆୟକର ବିଭାଗ ଆପଣଙ୍କ ଅନଲାଇନ ବା ଆର୍ଥିକ କାରବାର ଉପରେ ନଜର ରଖିଥାଏ । ଏହା ପ୍ରାୟତଃ ଆର୍ଥିକ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ, ଯେପରିକି ଆୟକର ଦେବା, ବ୍ୟାଙ୍କ ଆକାଉଣ୍ଟ ଖୋଲିବା କିମ୍ବା ସମ୍ପତ୍ତି କିଣିବା ଆଦି କ୍ଷେତ୍ରରେ । ପ୍ୟାନ୍ କାର୍ଡରେ ଆପଣଙ୍କର ଆର୍ଥିକ କାରବାର ସହିତ ଜଡିତ ସମସ୍ତ ସୂଚନା ରେକର୍ଡ କରାଯାଏ । ଯେପରି ଆପଣ କେତେ ଟ୍ୟାକ୍ସ ଦେଉଛନ୍ତି ଓ ଆପଣଙ୍କର ନିବେଶ ସମ୍ପର୍କିତ ସମସ୍ତ ତଥ୍ୟ ରହିଥାଏ । ଏହା ଆଧାର କାର୍ଡ ପରି ମହତ୍ତ୍ବପୂର୍ଣ୍ଣ । ଆପଣ ଏହାକୁ ଫିଜିକାଲ ଓ ଡିଜିଟାଲ ଉଭୟ ଉପାୟରେ ବନାଇପାରିବେ । ଆପଣ ଅନଲାଇନରେ ଘରେ ବସି ପ୍ୟାନ କାର୍ଡ ପାଇଁ ଆବେଦନ କରିପାରିବେ ।

କାହିଁକି ନୂଆ PAN ଆଣୁଛନ୍ତି ସରକାର ?

କେନ୍ଦ୍ର ସରକାର PAN ଅପଗ୍ରେଡ୍‌ ପାଇଁ ପ୍ୟାନ 2.0ର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଅନୁସାରେ, PAN 2.0 ପ୍ରକଳ୍ପ ହେଉଛି ଇ-ଗଭର୍ନାସ ପ୍ରକଳ୍ପ ଯାହାକି PAN ପ୍ରାମାଣିକିକରଣଠାରୁ ପ୍ୟାନ୍‌ର ବ୍ୟବହାରକୁ ସହଜ ଏବଂ ସୁରକ୍ଷିତ କରିବ । ପ୍ୟାନ୍‌ କାର୍ଡ ପରିଚାଳନା କରୁଥିବା ସଫ୍ଟୱେୟାରଟି 15-20 ବର୍ଷ ପୁରୁଣା ଏବଂ ଏହାକୁ ନବୀକରଣ କରାଯିବା ଆବଶ୍ୟକ। ପ୍ୟାନ୍ 2.0 ମାଧ୍ୟମରେ ସରକାର ଟିକସଦାତାଙ୍କୁ ଏକ ଉନ୍ନତ ଡିଜିଟାଲ୍ ଅଭିଜ୍ଞତା ପ୍ରଦାନ କରିବାକୁ ଚାହୁଁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କହିଛନ୍ତି ।

କଣ ନୂଆ PAN କାର୍ଡ କରିବା ବାଧ୍ୟତାମୂଳକ ?

ନାଗରିକମାନେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ନୂତନ QR କୋଡ୍ ସହିତ ସେମାନଙ୍କର ବିଦ୍ୟମାନ PANକୁ ଅପଗ୍ରେଡ୍ କରିପାରିବେ, କିନ୍ତୁ ଏହା କରିବା ବାଧ୍ୟତାମୂଳକ ନୁହେଁ । ପୁରୁଣା PAN କାର୍ଡ ବୈଧ ରହିବ । ଏ ନେଇ ସୋମବାର ଖୋଦ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, "ନୂତନ ପ୍ୟାନ୍ ନମ୍ବର ପାଇଁ ନାଗରିକମାନେ ଆବେଦନ କରିବା ଆବଶ୍ୟକ ନାହିଁ । ବର୍ତ୍ତମାନର କାର୍ଡର ବୈଧତାକୁ ଉପରେ ଏହି ପ୍ରକଳ୍ପ କୌଣସି ପ୍ରଭାବ ପକାଇବ ନାହିଁ । କେବଳ କାର୍ଯ୍ୟକାରିତା ବୃଦ୍ଧି ପାଇଁ ଏହି ଅପଗ୍ରେଡ୍ କରାଯାଇଛି ।"

ଏହା ବି ପଢନ୍ତୁ
ଗୋଟିଏ ଦିନରେ ପ୍ୟାନ କାର୍ଡ ଆବଶ୍ୟକ କି ? ଏମିତି କରନ୍ତୁ ଫ୍ରି ଡାଉନଲୋଡ୍‌

ନୂଆ PAN କାର୍ଡ କେମିତି ପାଇବେ ?

ଯଦି ଆପଣଙ୍କ ନିକଟରେ ପୂର୍ବରୁ ପ୍ୟାନ୍‌ କାର୍ଡ ଅଛି ତେବେ ଆପଣଙ୍କୁ କିଛି କରିବାକୁ ପଡ଼ିବ ନାହିଁ । ଏଥିଲାଗି ଆପଣଙ୍କୁ ଦେୟ ମଧ୍ୟ ଦେବାକୁ ପଡ଼ିବ ନାହିଁ । ଆପଣଙ୍କ ଠିକଣାରେ ସରକାରଙ୍କ ପକ୍ଷରୁ QR କୋଡ ଥିବା ପ୍ୟାନ କାର୍ଡ ପହଞ୍ଚିଯିବ । ଯଦି ଆପଣଙ୍କ ନିକଟରେ ପ୍ୟାନ୍‌ କାର୍ଡ ନାହିଁ ତେବେ ଆପଣଙ୍କୁ ଡିଜିଟାଲ କିମ୍ବା ଫିଜିକାଲ ପ୍ୟାନ୍‌ କାର୍ଡ ପାଇଁ ଆବେଦନ କରିବାକୁ ପଡ଼ିବ । ନୂଆ ପ୍ୟାନ କାର୍ଡରେ କ୍ୟୁଆର କୋର୍ଡ ରହିବ, ଯାହାକି ଉପଭୋକ୍ତା ଅନୁଭବକୁ ଉନ୍ନତ କରିବ ।

PAN କାର୍ଡ ବନାଇବାର ପ୍ରକ୍ରିୟା:-

  • ଆପଣଙ୍କର ନିକଟତମ PAN ସେବା ଏଜେନ୍ସିକୁ ଯାଆନ୍ତୁ ।
  • ନୂତନ କାର୍ଡ ତିଆରି କରିବାକୁ ସେଠାରେ ଆବେଦନ କରନ୍ତୁ ।
  • OTP ଯାଞ୍ଚ ପାଇଁ ମୋବାଇଲ୍ ନମ୍ବର ଦିଅନ୍ତୁ ।
  • ନାମ, ଆଧାର ନମ୍ବର ଏବଂ ବ୍ୟକ୍ତିଗତ ସୂଚନା ଦେବାକୁ ପଡ଼ିବ ।
  • eKYC କିମ୍ବା ସ୍କାନ-ଆଧାରିତ ମଧ୍ୟରେ ଏକ ଅପସନ ଚୟନ କରନ୍ତୁ ।
  • ଫିଜିକାଲ ପ୍ୟାନ୍‌ କାର୍ଡ ପାଇଁ ଆପଣଙ୍କୁ 107 ଟଙ୍କା ଦେବାକୁ ପଡିବ ।
  • ePAN କାର୍ଡ ପାଇଁ 72 ଟଙ୍କା ଦେବାକୁ ହେବ ।
  • PAN କାର୍ଡ ଦେୟ ପରେ eKYC ପ୍ରାମାଣିକିକରଣ ହେବ ।
  • eKYC ପ୍ରାମାଣିକରଣ ପରେ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ।
  • ମୋବାଇଲକୁ ଆସିଥିବା OTP ପ୍ରବେଶ କରନ୍ତୁ ଏବଂ Submit କରନ୍ତୁ ।

ଏହାପରେ ଆପଣଙ୍କୁ ଏକ 15 ଅଙ୍କ ବିଶିଷ୍ଟ Acknowledgement Number ମିଳିବ । ଏହା ଜରିଆରେ ଆପଣ ନିଜ ପ୍ୟାନ୍‌ କାର୍ଡର ଷ୍ଟାଟସ୍‌ ଯାଞ୍ଚ କରିପାରିବେ ।

ଏଯାବତ 78କୋଟି PAN କାର୍ଡ ଜାରି:-

ଏବେ ଦେଶରେ ପୁରୁଣା ପ୍ୟାନ୍‌ କାର୍ଡର ବ୍ୟବହାର କରାଯାଉଛି । ଏହାକୁ 1972 ମସିହାରେ ଆୟକର ବିଭାଗର ସେକ୍ସନ 139A ଅନୁଯାୟୀ ଜାରି କରାଯାଉଛି । ଭାରତରେ ଏବେ 78କୋଟି ପ୍ୟାନ୍‌ କାର୍ଡ ୟୁଜର ଅଛନ୍ତି ।

Last Updated : Nov 26, 2024, 6:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.