ରୁଦ୍ରପ୍ରୟାଗରେ ବରଫପାତ ଜାରି, ମଜା ନେଉଛନ୍ତି ଶ୍ରଦ୍ଧାଳୁ - ରୁଦ୍ରପ୍ରୟାଗରେ ତୁଷାର ପାତ ଜାରି
🎬 Watch Now: Feature Video

ଡେରାଡୁନ: ଆଜିଠୁ ଆସନ୍ତା 6 ମାସ ଯାଏଁ ବନ୍ଦ ରହିବ ବାବା କେଦାରନାଥଙ୍କ ଦ୍ବାର। ଏନେଇ ଚାଲିଛି ସମସ୍ତ ପ୍ରସ୍ତୁତି। ଏହି ଅବସରରେ ଦେବ ଭୂମିରେ ରବିବାର ରାତିରୁ ଆରମ୍ଭ ହୋଇଛି ଚଳିତବର୍ଷର ବରଫ ପାତ। କେଦାରନାଥ ମନ୍ଦିରର ଚତୁଃପାର୍ଶ୍ବରେ ବିଛେଇ ହୋଇଛି ହିମ ଚାଦର। ଯାହା ଭୂସ୍ବର୍ଗର ଭ୍ରମ ସୃଷ୍ଟି କରୁଛି। ଏହାର ଦୃଶ୍ୟ ବେଶ ମନୋରମ ଅଟେ। ଏହି ସମୟରେ ବାବାଙ୍କୁ ଦର୍ଶ ପାଇଁ ଆସିଥିବା ଶ୍ରଦ୍ଧାଳୁ ମାନେ ଶୀତରୁ ରକ୍ଷା ପାଇବାକୁ ନିଆଁ ଜାଳି ବସିଥିବାବେଳେ, ଆଉ କେହି କେହି ଏହାକୁ ବେଶ ଉତ୍ସାହର ସହ ଭରପୁର ମଜା ଉଠାଉଛନ୍ତି।