'ୟସ' ଉପକୂଳ ଅତିକ୍ରମ କଲା ପରେ କେମିତି ରହିଛି ପେଣ୍ଠ ସମୁଦ୍ରକୂଳରେ ସ୍ଥିତି - yaash

🎬 Watch Now: Feature Video

thumbnail

By

Published : May 26, 2021, 5:50 PM IST

କେନ୍ଦ୍ରାପଡ଼ା: ଉପକୂଳ ଅତିକ୍ରମ କରିସାରିଛି ବାତ୍ୟା ୟସ । ଏହାର ପ୍ରଭାବରେ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରୁ ରାଜନଗର ପେଣ୍ଠ ସାମୁଦ୍ରିକ ବେଳାଭୂମି ଅଶାନ୍ତ ରହିଥିବା ବେଳେ ବିଳମ୍ବିତ ରାତିରେ ପବନର ବେଗ କ୍ଷିପ୍ର ରହିଥିଲା। ତେବେ ବର୍ତ୍ତମାନ ବର୍ଷା ନଥିବା ବେଳେ ପବନର ବେଗ ସାମାନ୍ୟ କମ ରହିଛି । ବର୍ତ୍ତମାନ ସ୍ଥିତିରେ ବାତ୍ୟା ଆଶ୍ରୟସ୍ଥଳୀ ଛାଡି ନଥିବା ବେଳେ ଅନେକ କ୍ଷୟକ୍ଷତି ରଚିଯାଇଛି 'ୟସ'। ମୋଟ ୧ ଲକ୍ଷ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ବାତ୍ୟା ପାଇଁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିଛି ପ୍ରଶାସନ। ତେବେ 'ୟସ' ଉପକୂଳ ଅତିକ୍ରମ କରିସାରିଥିବାବେଳେ, ଦେଖନ୍ତୁ କଣ ରହିଛି ପେଣ୍ଠ ସମୁଦ୍ରକୂଳରେ ସ୍ଥିତି । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.