ଶ୍ରୀମନ୍ଦିର ଦ୍ବାର ଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ମନଲୋଭା ଦୃଶ୍ୟ - mangal alati
🎬 Watch Now: Feature Video

ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବଃ ତୁମେ । ସକାଳୁ ସକାଳୁ ଶ୍ରୀମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ପରେ ପୂଜା ପଣ୍ଡାଙ୍କ ଦ୍ବାରା ପତିତପାବନଙ୍କ ପାଖରେ ହାତରେ ଦୀପ ଓ ଘଣ୍ଟ ଧରି ମନ୍ତ୍ରୋଚାରଣ ସହ ହରିବୋଲ ଓ ହୁଳହୁଳି ପକାଇ ମଙ୍ଗଳ ଆଳତୀ କରାଯାଇଛି । ବିଶ୍ବାସ ରହିଛି ଯେ, ଏହି ଆଳତୀ ଦର୍ଶନ କଲେ ଜୀବନରେ କରିଥିବା ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ଏହା ସହ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଓ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସମଗ୍ର ବିଶ୍ବବାସୀଙ୍କ ମଙ୍ଗଳ କାମନା କରି ଏହି ଆଳତୀ ପ୍ରତ୍ୟହ ସକାଳୁ କରାଯାଉଛି ।