ଗାଡି ଯାଞ୍ଚ ବେଳେ ଲାଞ୍ଚ ମାଗୁଛନ୍ତି ପୋଲିସ ବାବୁ, ଭିଡିଓ ଭାଇରାଲ
🎬 Watch Now: Feature Video
ନୟାଗଡ: ପୋଲିସ ମାଗୁଛି ଲାଞ୍ଚ । ଭିଡିଓ ଭାଇରାଲ । ନୟାଗଡ ଜିଲ୍ଲା ଦଶପଲ୍ଲାର ଦୁର୍ଗା ବଜାରରେ ଗାଡିର ମାସ୍କ ଓ କାଗଜ ପତ୍ର ଯାଞ୍ଚ କରାଯାଉଥିଲା । ଚେକିଂ ସମୟରେ ଦଶପଲ୍ଲା ଥାନାର ହାବିଲିଦାର ଜୟନ୍ତ ସେଠି ଜଣେ ଗାଡି ଚାଳକକୁ ଧରିଥିଲେ । ଗାଡିର କାଗଜ ପତ୍ର ଉକ୍ତ ବ୍ୟକ୍ତିଙ୍କୁ ମାଗିଥିଲେ । ସେ ଠିକ କାଗଜ ପତ୍ର ନ ଦେଖାଇବାରୁ ତାଙ୍କୁ 500ଟଙ୍କା ଲାଞ୍ଚ ମାଗିଥିଲେ । 500 ଟଙ୍କା ଲାଞ୍ଚ ଦିଅ ନହେଲେ 5000 ହଜାର ଟଙ୍କା ଫାଇନ ଦେବାକୁ ହାବିଲଦାର ଜଣକ କହିଥିଲେ । ପୋଲିସ ଅଧିକାରୀ ହୋଇ ଏପରି କାର୍ଯ୍ୟ କରିବାକୁ ତୀବ୍ର ନିନ୍ଦା କରାଯାଇଛି । ଯାହାର ଏକ ଭଡିଓ ଭାଇରାଲ ହେବାରେ ଲାଗିଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଦାବି ହୋଇଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ