ପାଟକୁରା ପଲିଟିକ୍ସ: ଅନୁଭବୀ ବନାମ ଅନୁକମ୍ପା ଲଢେଇ ହେବ ଜୋରଦାର - CONGRESS
🎬 Watch Now: Feature Video

କେନ୍ଦ୍ରାପଡା: ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ନେତା ଏବେ ଜନତା ମୁହାଁ । ପୂର୍ବରୁ ଗତ ଏପ୍ରିଲ ୨୯ତାରିଖରେ ଜିଲ୍ଲାରେ ନିର୍ବାଚନ ହୋଇଥିଲେ ହେଁ ପାଟକୁରା ଏଥିରୁ ବାଦ ପଡିଥିଲା । ଏହି ନିର୍ବାଚନ ମଣ୍ଡଳୀର ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁପରେ ମେ ମାସ ୧୯ ତାରିଖରେ ନିର୍ବାଚନ ହେବାକୁ ସ୍ଥିର କରାଯାଇଥିଲା । କିନ୍ତୁ ପ୍ରଳୟଙ୍କାରୀ ‘ଫନି’ ମହାବାତ୍ୟା ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀର ପ୍ରଭୁତ କ୍ଷତି ସାଧିତ କରିଥିବାରୁ ଏହି ନିର୍ବାଚନକୁ ବିଳମ୍ବିତ କରାଯାଇଥିଲା ।