thumbnail

ଓପିଏସସି ବିଭ୍ରାଟ ପାର୍ଟ 3: ଆଶାୟୀଙ୍କୁ କର୍ତ୍ତୃପକ୍ଷଙ୍କ ନାଲିଆଖି

By

Published : Aug 28, 2019, 8:00 PM IST

ଭଦ୍ରକ:  ସତ ସାମନାକୁ ଆସିବା ପରେ ଚିଇଁକି ଉଠିଲା  ଓପିଏସସି । ନିଜ ଅପାରଗତା ଲୁଚାଇବାକୁ ଯାଇ ଜାରି କଲା କଟକଣା । ପରୀକ୍ଷାର୍ଥୀଙ୍କ କଣ୍ଠରୋଧ କରିବାକୁ ଓପିଏସସିର ଯୋରଦାର ଉଦ୍ୟମ ।  ଓପିଏସସି ପରୀକ୍ଷାରେ ହେଉଥିବା ବିଭ୍ରାଟକୁ ନେଇ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ବିଜ୍ଞପ୍ତି ଜାରି କରିଛି ସଂପୃକ୍ତ ଅନୁଷ୍ଠାନ । ଲଗାତାର ଭାବେ ଆମେ ଖବର ପ୍ରସାରଣ କରିଥିଲୁ  ଓପିଏସସିରେ କେମିତି ଚାଲିଛି ବେଆଇନ କାର୍ଯ୍ୟକଳାପ । କେମିତି ଯୋଜନାବଦ୍ଧ ଭାବେ କଟାଯାଉଛି ପରୀକ୍ଷାର୍ଥୀଙ୍କ ମାର୍କ । ପୁଣି ଅନୁପସ୍ଥିତ ଥିବା ପରୀକ୍ଷାର୍ଥୀଙ୍କୁ କେମିତି ମିଳୁଛି ମାର୍କ । ଆଉ ଖବର ପ୍ରସାରଣ ପରେ  ଓପିଏସସି କର୍ତ୍ତୃପକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ଜାରି କରିଛନ୍ତି କଟକଣା ।  ଯେଉଁଥିରେ ଗଣମାଧ୍ୟମରେ ମୁହଁ ଖୋଲିଲେ ସିଧା ସିଧା ପରୀକ୍ଷାରୁ ବଞ୍ଚିତ କରାଯିବ ବୋଲି ଦିଆଯାଇଛି ଧମକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.