ବଢିଲା ନାଇଟ୍ କର୍ଫ୍ୟୁ କଟକଣା: ରାଜ୍ୟରେ ବାଣ କିଣା-ବିକା ମନା
🎬 Watch Now: Feature Video
ଭୁବନେଶ୍ବର: ଅକ୍ଟୋବର ମାସ ପାଇଁ ଆସିଲା ନୂତନ କୋଭିଡ ଗାଇଡଲାଇନ । ଏନେଇ ସୂଚନା ଦେଇଛନ୍ତି SRC । ପାର୍ବଣରେ ସତର୍କତା ଅବଲମ୍ବନ କରିବାକୁ ଆହ୍ବାନ ଦିଆଯାଇଛି । କୋରନା ସଂକ୍ରମଣ ହାର କମିବାରେ ଲାଗିଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ଯେତେ ସମ୍ଭବ ହାତ ଧୋଇବା ଭଳି କାର୍ଯ୍ୟ କରିବା ପାଇଁ କୁହାଯାଇଛି । ଟ୍ବିନସିଟି ପାଇଁ ନାଇଟ କର୍ଫ୍ୟୁ ଅଧିକ କଡ଼ାକଡ଼ି ହେବ। କଟକ, ଭୁବନେଶ୍ବରରେ ୧୦ ଦିନ ପାଇଁ ରାତି ୮ରୁ ସକାଳ ୫ ନାଇଟ କର୍ଫ୍ୟୁ ଲାଗୁ ହେବ। ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଲାଗୁ ହେବ ବୋଲି SRC ପ୍ରଦୀପ କୁମାର ଜେନା କହିଛନ୍ତି ।