‘ନାଗା ନାଚ କରିପାରିବେନି ନବୀନ, ନାହିଁ ତାଙ୍କର ଟାଣୁଆ କଲିଜା' - congress
🎬 Watch Now: Feature Video
ଭୁବନେଶ୍ବର: ରାଜ୍ୟରେ ଟିକାକରଣ ବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ । ଘର ଘର ବୁଲି ସମସ୍ତଙ୍କର କୋରୋନା ଟେଷ୍ଟ କରିବା ସହ ଟିକାକରଣ ଓ ଔଷଧ ଦେବାକୁ ଦାବି କରିଛନ୍ତି ସୁର । ଏହାସହ ସେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କଟାକ୍ଷ କରି କହିଛନ୍ତିଯେ, ସିଏମ ହେଉଛନ୍ତି ଜଣେ ସୁକୁମାରିଆ ନିରୀହ ଲୋକ । ସେ କେବେ ବି ଧୂଳି ମଇଳାରେ ବାହାରକୁ ବାହାରନ୍ତି ନି । ଖାଲି ଅଫିସରଙ୍କୁ ନେଇ ଭିସି ଯୋଗେ କରୁଛନ୍ତି ବୈଠକ। ଆମ ପରି ସେ କେବେ ବି ନାଗା ନାଚ କରିପାରିବେନି । ସେଥିପାଇଁ ଆମ ପରି ଟାଣୁଆ କଲିଜା ଥିବା ଦରକାର।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ
Last Updated : May 17, 2021, 10:22 PM IST