ଶ୍ରୀମନ୍ଦିର ଦ୍ବାରଫିଟା ଓ ପ୍ରଭୁ ପତିତପାବନଙ୍କ ଦିବ୍ୟ ମଙ୍ଗଳଆଳତୀ
ପୁରୀ: ଜଗତର କଲ୍ୟାଣ ପାଇଁ ପ୍ରତ୍ୟେକ ଦିନ ବଡ଼ି ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳଆଳତୀ ନୀତି କରାଯାଉଛି । ଯାହାକୁ ଦେଖିଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୂଣ୍ୟପ୍ରାପ୍ତ ହୋଇଥାଏ । ତେବେ ସବୁଦିନ ପରି ଆଜି ମଧ୍ୟ ବଡ଼ି ଭୋରରୁ ସେବାୟତ ଓ ପୂଜା ପଣ୍ଡାଙ୍କା ଦ୍ବାରା ପ୍ରଥମେ ଶ୍ରୀମନ୍ଦିରର ଦ୍ବାର ଫିଟା ଯାଇଥିଲା । ଏହାପରେ ହାତରେ ଆଳତୀ ଦୀପ ଓ ଘଣ୍ଟି, ମୁହଁରେ ମନ୍ତ୍ରୋଚାରଣ କରି ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି ।