ଦେଖନ୍ତୁ ଶ୍ରୀମନ୍ଦିର ଦ୍ବାରଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବଃ ତୁମେ। ଭାବବିନୋଦିଆ କୋଟି ଓଡିଆଙ୍କ ଭକ୍ତବତ୍ସଳ କାଳିଆ ଠାକୁର। ଜଗାର ଗୋଟିଏ ମାତ୍ର ଝଲକ ପାଇବା ପାଇଁ ଭକ୍ତର ମନ ବ୍ୟଥିତ ହୋଇଯାଏ। ଶ୍ରୀକ୍ଷେତ୍ରକୁ ଡୋରି ନ ଲାଗିଲେ ବାଇଶି ପାହାଚେ ପାଦ ରଖିବା ସମ୍ଭବ ନୁହେଁ। ସେହି କପଟିଆ କାଳିଆ ପାଖରେ ସକାଳୁ ସକାଳୁ ଆରମ୍ଭ ହୋଇଛି ମଙ୍ଗଳଆଳତୀ । ବଢି ଭୋରୁ ପୂଜା ପଣ୍ଡାଙ୍କ ମନ୍ତ୍ର, ହରିବୋଲରେ ପ୍ରକମ୍ପିତ ମନ୍ଦିର ପରିବେଶ। ଧୂପ ଓ ଦୀପରେ ମହକୁଛି ମନ୍ଦିର ବେଢା। ଜଗତବାସୀଙ୍କ କଲ୍ୟାଣ ପାଇଁ ପତିତପାବନଙ୍କ ପାଖରେ ଚାଲିଛି ପୂଜାଅର୍ଚ୍ଚନା। କାଳିଆ ଠାକୁରର ମଙ୍ଗଳ ଆଳତି ଦେଖି ଭକ୍ତ ଭାବ ବିହୋଳ ହୋଇ ପଡିଛି ।