thumbnail

ମହାପ୍ରଭୁଙ୍କ ଦର୍ଶନ ପାଇ ଶ୍ରୀକ୍ଷେତ୍ରବାସୀ ଭାଵବିହ୍ଵଳ

By

Published : Aug 17, 2021, 4:21 PM IST

ପୁରୀ: ମହାପ୍ରଭୁଙ୍କ ଦର୍ଶନ ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ର ବାସୀ କରିଛନ୍ତି । ପୁରୀରେ ରହି ମହାପ୍ରଭୁଙ୍କୁ ମାସ ମାସ ଧରି ଦର୍ଶନ ନ କରିବା ପୁରୀବାସୀଙ୍କୁ ବେଶ କଷ୍ଟ ଦେଇଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇ ବେଶ ଭାଵବିହ୍ଵଳ ହୋଇ ପଡିଛନ୍ତି। କାଳିଆର ଡୋରି ଲାଗିବାରୁ ପୁରୀବାସୀ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ଭକ୍ତ ଖୁସିରେ କାନ୍ଦି ପକାଇଛନ୍ତି। ପ୍ରଶାସନର ଗାଇଡ଼ ଲାଇନ ଅନୁଯାୟୀ ଆଧାର କାର୍ଡ ଦେଖାଇ କୋଭିଡ ନିୟମ ମାନି ଶ୍ରୀକ୍ଷେତ୍ରବାସୀ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। 16 ତାରିଖ ରୁ 20 ତାରିଖ ଯାଏ 5 ଦିନ ପୁରୀ ପୌରାଞ୍ଚଳବାସୀଙ୍କୁ ଦର୍ଶନ ସୁଯୋଗ ଦେଇଛି ପ୍ରଶାସନ। ଯେହେତୁ ବିନା ଭକ୍ତରେ ରଥଯାତ୍ରା ନେଇ ପୁରୀ ସହର ବାସୀ ପ୍ରଶାସନକୁ ସହଯୋଗ କରିଥିଲେ ପ୍ରତିବଦଳରେ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ସୁବିଧା ପୁରୀ ପୌରାଞ୍ଚଳବାସୀଙ୍କୁ ଦିଆଯାଇଛି। ଆସନ୍ତା 23 ତାରିଖରୁ ସାଧାରଣ ଦର୍ଶନ ଆରମ୍ଭ ହେବ। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.