ଘର ଆଗରୁ ବୃଦ୍ଧାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ - looted chain from elderly woman on morning walk, watch live video
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8341899-601-8341899-1596886615351.jpg)
ଲକ୍ଷ୍ନୌ: ଚୋରି, ଲୁଟ ଓ ଛିନତାଇ ଭଳି ଘଟଣା ଗାଜିଆବାଦରେ ନିତିଦିନିଆ ଖବର ପାଲଟିଛି । ଦିନୁ ଦିନ ବଢୁଛି ଦୁର୍ବୃତ୍ତଙ୍କ ପ୍ରାଦୃଭାବ । ପୁଣି ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଶାସ୍ତ୍ରୀନଗର ଅଞ୍ଚଳରେ ଜଣେ ବୃଦ୍ଧା ଘର ଆଗରେ ଠିଆ ହୋଇଥିବାବେଳେ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି କିଛି ଦୁର୍ବୃତ୍ତ । ସିସିଟିଭିରେ କଏଦ ହୋଇଛି ଭିଡିଓ । ତେବେ ଏହି ଘଟଣା ପରେ ମହିଳା ଜଣଙ୍କ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।