ଲକଡାଉନ ନିଷ୍ପତ୍ତିକୁ ସ୍ବାଗତ କଲେ ଖୋର୍ଦ୍ଧାବାସୀ
🎬 Watch Now: Feature Video
ଖୋର୍ଦ୍ଧା: ରାଜ୍ୟରେ କୋରୋନା ମହାମାରୀ କାୟାବିସ୍ତାର କରିବାରେ ଲାଗିଛି। ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ଏହାର ପ୍ରକୋପ ଭାରି ମାତ୍ରାରେ ଉପଲବ୍ଧ ହେଉଛି। ଦୈନିକ ସଂକ୍ରମଣ ଗ୍ରାଫ ଉପରମୁଁହା ରହୁଥିବା କାରଣରୁ ରାଜ୍ୟ ସରକର ଆସନ୍ତା 5ରୁ 19 ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି। ରାଜ୍ୟସରକାରଙ୍କ ଏହି ନିଷ୍ପତ୍ତିକୁ ଖୋର୍ଦ୍ଧା ଗ୍ରାମାଞ୍ଚଳରେ ସ୍ବାଗତ କରାଯାଇଛି । ସେହିପରି ଏହି ଲକ ଡାଉନ ନିଷ୍ପତ୍ତି ପୂର୍ବରୁ ଲାଗୁ କରିବାର ଥିଲା ବୋଲି କହିଛନ୍ତି ଜନସାଧାରଣ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କୋରୋନା ସଂକ୍ରମଣ ଚେନକୁ ଭାଙ୍ଗିବାରେ ସହାୟକ ହେବ ବୋଲି ଆଶା ରଖିଛନ୍ତି ଲୋକେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ