କାଶ୍ମୀରରେ ପ୍ରବଳ ହିମପାତ, ସମସ୍ତ ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ - ବରଫ ପାତ
🎬 Watch Now: Feature Video
ଶ୍ରୀନଗର: ଦେଶର ଭୂସ୍ବର୍ଗ କାଶ୍ମୀରରେ ଆରମ୍ଭ ହୋଇଛି ଚଳିତ ଶୀତ ଋତୁର ପ୍ରଥମ ହିମ ପାତ। ତଳିଆ ସମତଳ ଅଞ୍ଚଳରେ ବହୁ ପରିମାଣରେ ଏହି ବରଫ ପାତ ହେଉଛି। ଶ୍ରୀନଗର ସହରରେ ପ୍ରାୟ 2-3 ଇଞ୍ଚର ବରଫ ଜମା ହୋଇ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ତେବେ ଚତୁର୍ଦିଗ ଶୁଭ୍ର ଚାଦରରେ ଘୋଡେଇ ହୋଇଛି। ଯାହାର ଦୃଶ୍ୟ ବେଶ ରୋମାଞ୍ଚକର ଅଟେ । ଶନିବାର ଠାରୁ ଆଜି (ରବିବାର) ସନ୍ଧ୍ୟା ପର୍ଯ୍ୟନ୍ତ ବରଫପାତ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସନେଇ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ସୂଚନା ରହିଛି । ରାସ୍ତା ଗୁଡିକରୁ ବରଫ ହଟାଇବା କାର୍ଯ୍ୟ ଜାରି ରହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ