ନାଚିଲେ ଡାକ୍ତର, କଷ୍ଟ ଭୁଲିଲେ ରୋଗୀ
🎬 Watch Now: Feature Video
ଅହମ୍ମଦାବାଦ: କୋରୋନା ରୋଗୀଙ୍କ ଆତ୍ମବଳ ବଢାଇବାକୁ ଡାକ୍ତରଙ୍କ ପ୍ରୟାସ । ନୃତ୍ୟ ଜରିଆରେ ରୋଗୀଙ୍କ ସାହାସ ବଢାଇଲେ ମେଡିକାଲ ଛାତ୍ର । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଗୁଜୁରାଟର ଗୋତ୍ରୀ ଡାକ୍ତରଖାନାର ମେଡିକାଲ ଛାତ୍ରମାନେ 'ଜିନ୍ଦେଗି କି ଏହି ରିତ ହେ ହାର କେ ବାଦ ଜିତ ହେ' ଗୀତରେ ନାଚି ରୋଗୀଙ୍କୁ ସାହାସ ଯୋଗାଇଛନ୍ତି । ଡାକ୍ତରଙ୍କର ଏହି ନାଚ ଦେଖି ରୋଗୀ ମଧ୍ୟ ତାଙ୍କ କଷ୍ଟ ଭୁଲି ଗୀତର ତାଳେ ତାଳେ ଝୁମିଛନ୍ତି । ଯାହାକୁ ବେଶ ପ୍ରଶଂସା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ