thumbnail

By

Published : Aug 8, 2021, 11:02 AM IST

ETV Bharat / Videos

ଗୋଲ୍ଡେନ ବୟ ନୀରଜଙ୍କୁ ଆଇସକ୍ରିମ କାଠିରେ ଶୁଭେଚ୍ଛା

ପୁରୀ: ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ବିଜେତା ନୀରଜଙ୍କୁ ଆଇସକ୍ରିମ କାଠିରେ ଶୁଭେଚ୍ଛା । ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଖେଳାଳି ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଐତିହାସିକ ବିଜୟ ପାଇଁ ତାଙ୍କୁ ସାରା ଦେଶବାସୀ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ପୁରୀର ଦଶମ ଶ୍ରେଣୀ ଛାତ୍ରୀ ନନ୍ଦିନୀ ପଟ୍ଟନାୟକ ମଧ୍ୟ ନିଆରା ଢଙ୍ଗରେ ନିରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନନ୍ଦିନୀ ଆଇସକ୍ରିମ କାଠିରେ ଏକ ସୁନ୍ଦର କଳାକୃତି କରି ନୀରଜଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଦେଇଛନ୍ତି । ଏହି ଆଇସ କ୍ରିମ କାଠି କଳାକୃତିରେ ନନ୍ଦିନୀ ଭାରତର ମାନଚିତ୍ରକୁ ସ୍ଥାନ ଦେବା ସହ ଅଲିମ୍ପିକ୍ସ ଗୋଲ୍ଡ ମେଡାଲ, ଅଲିମ୍ପିକ୍ସ ମାସ୍କଟକୁ ସ୍ଥାନ ଦେଇଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.