ଆଦିବାସୀ ଜିଲ୍ଲା କିନ୍ନୌରରେ ପ୍ରଥମ ତୁଷାରପାତ, ଲୋକଙ୍କ ଭିତରେ ଖୁସିର ଲହରୀ - fresh snowfall
🎬 Watch Now: Feature Video

ହିମାଚଳରେ ତୁଷାରପାତ । ରବିବାର ବିଳମ୍ବିତ ରାତିରେ ହାଲୁକା ବର୍ଷା ସହିତ ହିମାଚଳ ଆଦିବାସୀ ଜିଲ୍ଲା କିନ୍ନୌରରେ ପ୍ରଥମ ତୁଷାରପାତ ହୋଇଛି। ଦିର୍ଘ ପାଞ୍ଚ ମାସ ଧରି ଏହି ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ତୁଷାରପାତ ଲୋକଙ୍କ ମନରେ ଆଣି ଦେଇଛି ଖୁସିର ଲହରି । ତୁଷାରପାତ ଯୋଗୁଁ ଏହି ଅଞ୍ଚଳରେ ତାପମାତ୍ରା ମାଇନସ 7 ଡିଗ୍ରୀ ତଳକୁ ଖସି ଆସିଛି । ଏପରିକି ପର୍ଯ୍ୟଟନ ସ୍ଥଳୀ କୁଫ୍ରିରେ ପ୍ରଥମ ତୁଷାରପାତ ହେତୁ ବହୁ ସଂଖ୍ୟାରେ ପର୍ଯ୍ୟଟକ କୁଫ୍ରିରେ ପହଞ୍ଚି ବରଫପାତକୁ ଉପଭୋଗ କରିଥିଲେ।