ରଥ ଉପରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତି

🎬 Watch Now: Feature Video

thumbnail

By

Published : Jul 13, 2021, 9:53 AM IST

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି ବ୍ରହ୍ମାଣ୍ଡ ଠାକୁରଙ୍କ ନବଦିନାତ୍ମକ ଯାତ୍ରା । ସୋମବାର ରଥଯାତ୍ରା ଦିନ ନୀତି ଗୁଡ଼ିକ ସୁପରିଚାଳିତ ଭାବେ ଅନୁଷ୍ଠିତ ହୋଇପାରିଥିବାରୁ ଧାର୍ଯ୍ୟ ସମୟ ପୂର୍ବରୁ ଶ୍ରୀଜିଉମାନଙ୍କ ରଥଟଣା ଆରମ୍ଭ ହୋଇଥିଲା । ତେବେ ଆଜି (ମଙ୍ଗଳବାର) ଶରଧାବାଲିରୁ ଗୁଣ୍ଡିଚା ମନ୍ଦିର ଭିତରକୁ ଗୋଟି ପହଣ୍ଡିରେ ଯିବେ ଶ୍ରୀଜିଉ । ସକାଳୁ ମହାପ୍ରଭୁଙ୍କ ସମସ୍ତ ନୀତି, ମଙ୍ଗଳ ଆଳତୀ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ଖଇକୋରା ଭୋଗ ରଥ ଉପରେ କରାଯାଉଛି । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆଜି ଭୋର ସକାଳ ୪ଟା ୩୦ରୁ ମଙ୍ଗଳ ଆଳତୀ ନୀତି ଅନୁଷ୍ଠିତ ହୋଇଥିଲା । ସେବାୟତମାନେ ସକାଳ ୫ଟାରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ କାର୍ଯ୍ୟ କରିଥିଲେ । ଏହା ପରେ ସାଢ଼େ ୫ଟାରେ ଅବକାଶ, ୫ଟା ୪୦ରେ ସୂର୍ଯ୍ୟ ପୂଜା, ୬ଟାରେ ଦ୍ବାରପାଳ ପୂଜା ଓ ବେଶ କରାଯାଇଥିଲା । ସକାଳ ୬ଟା ୩୦ରୁ ୭ଟା ୩୦ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଶେଷ ହୋଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.