ଶୀତ ଦିନ ଆସିଲେ ସାଙ୍ଗରେ ଅନେକ ପ୍ରକାର ସମସ୍ୟା ନେଇ ଆସିଥାଏ । ଏହି ଦିନେ ସବୁଠୁ ବଡ ସମସ୍ୟା ହେଲା ଓଠ ଓ ଗୋଇଠି ଫାଟିବା । ସାଧାରଣତଃ ଶୀତ ଋତୁରେ ଅଧିକାଂଶ ଲୋକଙ୍କର ଗୋଇଠି ଫାଟୁଥିବାର ଦେଖାଯାଏ । ବେଳେବେଳେ ଏହି ସମସ୍ୟା ବଢିଯାଇ ଯନ୍ତ୍ରଣା ଓ ରକ୍ତସ୍ରାବ ମଧ୍ୟ ହୋଇଥାଏ । ଏଥିପାଇଁ ମହିଳାମାନେ ନିଜ ପସନ୍ଦର ଚପଲ ପିନ୍ଧିବା ପୂର୍ବରୁ ଅନେକ ଥର ଭାବିଥାନ୍ତି । ଯେତେ ମଇଶ୍ଚରାଇଜର, ଲୋସନ ଲଗାଇଲେ ବି ଫଟା ଗୋଇଠି ଭଲ ହୁଏନି । ତେବେ ଆପଣ କିଛି ଘରୋଇ ଉପଚାର ଆପଣାଇ ଏହି ଗୋଇଠି ସମସ୍ୟାରୁ ମୁକ୍ତି ପାଇପାରିବେ ।
ଚାଲନ୍ତୁ ଆଜି ଜାଣିବା କେମିତି ଗୋଇଠି ଫାଟିବାରୁ ରୋକିବେ ।
ଉଷୁମ ପାଣିରେ ପାଦ ରଖନ୍ତୁ: ନଖ ଉଷୁମ ପାଣିରେ ଅଳ୍ପ ଲୁଣ କିମ୍ବା ବେକିଂ ସୋଡା ପକାନ୍ତୁ ଏବଂ ନିଜ ପାଦକୁ ଏଥିରେ 15ରୁ 20 ମିନିଟ୍ ଯାଏ ବୁଡାଇ ରଖନ୍ତୁ । ଏହାଦ୍ବାରା ଡେଡ୍ ସ୍କିନ ନରମ ହୋଇଯାଏ ଓ ଫଟା ଗୋଇଠି ଠିକ୍ କରିବାରେ ସାହାଯ୍ୟ କରେ ।
ନଡିଆ ତେଲ ମାଲିସ୍: ଫଟା ଗୋଇଠି ପାଇଁ ନଡିଆ ତେଲ ଲାଭଦାୟକ ହୋଇପାରେ । ରାତିରେ ଶୋଇବା ପୂର୍ବରୁ ନଡିଆ ତେଲରେ ଗୋଇଠିକୁ ମାଲିସ କରନ୍ତୁ ଓ ମୋଜା ପିନ୍ଧି ଶୁଅନ୍ତୁ । ଏହାଦ୍ବାରା ଗୋଇଠି ଚର୍ମ ନରମ ହୋଇଥାଏ । ଫାଟିବା ସମସ୍ୟା କମିଯାଏ । ସେହିପରି ଓଠ ଫାଟୁଥିଲେ ନଡିଆ ତେଲ ଲଗାଇଲେ ଫାଇଦା ମିଳେ ।
ମହୁ ଓ ଲେମ୍ବୁ: ମହୁ ଓ ଲେମ୍ବୁ ରସକୁ ମିଶାଇ ଫଟା ଗୋଇଠିରେ ଲଗାନ୍ତୁ । 15ରୁ 20 ମିନିଟ୍ ରଖିବା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।
ଭାସେଲିନ ଓ ଲେମ୍ବୁ ରସ: ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ଭାସେଲିନ ଓ ଏକ ଚାମଚ ଲେମ୍ବୁ ରସ ମିଶାଇ ଗୋଇଠିର ଫଟା ସ୍ଥାନରେ ଲଗାନ୍ତୁ । ରାତି ସାରା ଏହାକୁ ଲଗାଇ ରଖନ୍ତୁ । ନିୟମିତ ଏପରି କଲେ ଗୋଇଠି ଫାଟିବା ସମସ୍ୟା କମିଯାଏ ।
କଦଳୀ ପେଷ୍ଟ: ଗୋଟିଏ ପାଚିଲା କଦଳୀକୁ ଚକଟି ଏଥିରେ ଅଳ୍ପ ମହୁ ମିଶାନ୍ତୁ ଏବଂ ଫଟା ଗୋଇଠିରେ ଲଗାନ୍ତୁ । 20-30 ମିନିଟ୍ ପର୍ଯ୍ୟନ୍ତ ରଖିବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।
ରାଶି ତେଲ: ରାତିରେ ଶୋଇବା ପୂର୍ବରୁ ଗୋଇଠିରେ ରାଶି ତେଲ ମାଲିସ କରନ୍ତୁ ଏବଂ ମୋଜା ପିନ୍ଧି ଶୋଇ ପଡନ୍ତୁ ।
ଭିଟାମିନ-ଇ ତେଲ: ଭିଟାମିନ ଇ କ୍ୟାପସୁଲ ତେଲକୁ ଫଟା ଗୋଇଠିରେ ଲଗାନ୍ତୁ । ଏଥିରେ ଗୋଇଠି ଜଲଦି ଠିକ୍ ହୋଇଯାଏ ।
ମଇଶ୍ଚରାଇଜର: ଦିନକୁ ଦୁଇରୁ ତିନି ଥର ଗୋଇଠିରେ ମଇଶ୍ଚରାଇଜ କରନ୍ତୁ । ଏହାଦ୍ବାରା ଗୋଇଠି ନରମ ରହେ ଓ ଫାଟିବା ସମସ୍ୟା କମ୍ ହୁଏ ।
ପେଟ୍ରୋଲିୟମ ଜେଲି: କିଛି ସମୟ ଉଷୁମ ପାଣିରେ ପାଦ ବୁଡାଇ ରଖ । ଏହାପରେ ପାଦକୁ ପୋଛି ଗୋଇଠିରେ ପେଟ୍ରୋଲିୟମ ଜେଲି ଲଗାଅ ଏବଂ ମୋଜା ପିନ୍ଧ । ନିୟମିତ ଏପରି କରିବା ଦ୍ବାରା ଫଟା ଗୋଇଠି ଠିକ୍ ହୋଇଯାଏ ।
ସାଧାରଣତଃ ଶୀତ ଦିନ ହେବା ମାତ୍ରେ ତ୍ବଚା ଶୁଷ୍କ ହୋଇଯାଏ । ଯେଉଁ କାରଣରୁ ଗୋଡ, ହାତ, ଓଠ, ଗୋଇଠି ଫାଟିବା ଭଳି ସମସ୍ୟା ଦେଖାଯାଏ । ତେଣୁ ଏହି ଦିନେ ଶରୀରର ବିଶେଷ ଯତ୍ନ ନେବା ଜରୁରୀ ହୋଇଥାଏ । ଶୁଷ୍କ ତ୍ବଚାରୁ ମୁକ୍ତି ପାଇଁ ସବୁବେଳେ ହାଇଡ୍ରେଟ ରୁହନ୍ତୁ ଏବଂ ତ୍ବଚା ମଇଶ୍ଚରାଇଜ ରଖନ୍ତୁ ।
Ref- https://www.healthline.com/health/cracked-heel-heal#remedies
ଏହା ମଧ୍ୟ ପଢନ୍ତୁ: ଦିନକୁ କେତୋଟି ଖାଉଛନ୍ତି ପିସ୍ତାବାଦାମ ? ଏହାଠୁ ଅଧିକ ଖାଉଥିଲେ ଜାଣିରଖନ୍ତୁ ପରିଣାମ ଏହା ମଧ୍ୟ ପଢନ୍ତୁ: ଆପଣଙ୍କ ଓଠ ଫାଟୁଛି କି ? ଏମିତି ନିଅନ୍ତୁ ଯତ୍ନ, ରହିବନି ଟେନସନ ଏହା ମଧ୍ୟ ପଢନ୍ତୁ: ଦାଗ-ବ୍ରଣ ହୋଇଯିବ ଦୂର, ଘରେ ବନାନ୍ତୁ ଅମୃତଭଣ୍ଡା ଫେସ ପ୍ୟାକ୍ |
(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)