ETV Bharat / entertainment

ନୟନତାରାଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧନୁଷ - DHANUSH CASE AGAINST NAYANTHARA

ଦୁଇ ସୁପରଷ୍ଟାର ଧନୁଷ ଏବଂ ନୟନତାରା ମୁହାଁମୁହିଁ। ବର୍ତ୍ତମାନ ଅଭିନେତ୍ରୀଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଧନୁଷ । ଜାଣନ୍ତୁ ମାମଲା କ'ଣ?

DHANUSH CASE AGAINST NAYANTHARA
DHANUSH CASE AGAINST NAYANTHARA (ETV Bharat)
author img

By ETV Bharat Entertainment Team

Published : Nov 27, 2024, 4:27 PM IST

ହାଇଦ୍ରାବାଦ: ବର୍ତ୍ତମାନ ସାଉଥ ସିନେମାର ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଏଥିରେ ସୁପରଷ୍ଟାର ଧନୁଷ ଏବଂ ଅଭିନେତ୍ରୀ ନୟନତାରାଙ୍କ ନାମ ଅନ୍ତର୍ଭୁକ୍ତ । ନୟନତାରାଙ୍କ ବିରୋଧରେ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଧନୁଷ । ସୂଚନା ଅନୁସାରେ, ନିକଟରେ ନୟନତାରାଙ୍କ ଡକ୍ୟୁମେଣ୍ଟାରୀ 'ନୟନତାରା- ବିଏଣ୍ଡ ଫେରିଟେଲ' ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି । ଏହି ସିରିଜରେ ଧନୁଷଙ୍କ ଫିଲ୍ମର ଭିଜୁଆଲ ବିନା ଅନୁମତିରେ ବ୍ୟବହାର କରାଯାଇଥିବାରୁ ନୟନତାରାଙ୍କ ନାଁରେ ଅଭିଯୋଗ କରିଛନ୍ତି ଧନୁଷ । ଯାହାକୁ ନେଇ ଏବେ ନୟନତାରା ଏବଂ ତାଙ୍କ ସ୍ୱାମୀ ବିଗ୍ନଶ ଶିବନଙ୍କ ନାଁରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ।

ନୟନତାରା ବିରୋଧରେ ଆଣିଲେ ଅଭିଯୋଗ

ଧନୁଷଙ୍କ ପ୍ରଡକ୍ସନ୍ ହାଉସ୍ ବୁଣ୍ଡରବାର ଫିଲ୍ମସ ପ୍ରାଇଭେଟ ଲିମିଟେଡ ନୟନତାରା ଏବଂ ବିଗ୍ନେଶଙ୍କ କମ୍ପାନୀ ରାଉଡି ପିକ୍ଚର୍ସ ପ୍ରାଇଭେଟ ଲିମିଟେଡ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛି । ଧନୁଷଙ୍କ ପ୍ରଡକ୍ସନ୍ ହାଉସ୍ ଅଧୀନରେ ନିର୍ମିତ ଚଳଚ୍ଚିତ୍ର 'ନାନୁମ୍ ରାଉଡି ଧାନ'ର ଏକ-ସେକେଣ୍ଡ୍ କ୍ଲିପ୍ ବ୍ୟବହାର କରାଯାଇଛି, ଯେଉଁଥି ପାଇଁ କପିରାଇଟ୍ ସମ୍ବନ୍ଧରେ ନୟନତାରା ଟିମକୁ ଅଭିନେତା ନେଟିସ ପଠାଇଥିଲେ । ଯେଉଁଥିରେ ନୟନତାରା ମଧ୍ୟ ପ୍ରତିଶୋଧ ନେଇ ପ୍ରତିକ୍ରିୟା ଦେଇଥିଲେ । ଏବେ ଏହି ପ୍ରସଙ୍ଗରେ ଧନୁଷ ମାଡ୍ରାସ ହାଇକୋର୍ଟରେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।

ପୁରା ମାମଲା କ'ଣ?

କିଛି ଦିନ ପୂର୍ବରୁ, 2015 ଚଳଚ୍ଚିତ୍ର 'ନାନମ୍ ରାଉଡି ଧାନ'ର ଏକ 3 ସେକେଣ୍ଡର ଫଟୋ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ 'ନୟନତାରା- ବିଉଣ୍ଡ୍ ଫେରିଟେଲ'ରେ ବ୍ୟବହୃତ ହୋଇଥିଲା । ଏହି ସିନେମାରେ ନୟନତାରା ଏବଂ ବିଜୟ ସେଥୁପତିଙ୍କ ଭଳି ଅଭିନେତାମାନେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଧନୁଷ ଏହି ଚଳଚ୍ଚିତ୍ରର ନିର୍ମାତା ହୋଇଥିବାବେଳେ ଅଭିନେତ୍ରୀଙ୍କ ସ୍ୱାମୀ ବିଗ୍ନେଶ ଶିବନ ଏହାର ନିର୍ଦ୍ଦେଶନା ଦେଇଥିଲେ। ଧନୁଷଙ୍କ ଟିମ ନୟନତାରାଙ୍କ ବିରୋଧରେ 10 କୋଟି ଟଙ୍କାର ନୋଟିସ ପଠାଇଥିଲେ ଯେଉଁଥିରେ 'ନାନମ୍ ରାଉଡି ଧାନ'ର ସେହି କ୍ଲିପ୍ ବ୍ୟବହାର କରିବାକୁ ତାଙ୍କଠାରୁ ଅନୁମତି ନିଆଯାଇ ନ ଥିବା ଦାବି କରାଯାଇଥିଲା। ପରେ ନୟନତାରା ପ୍ରତିଶୋଧ ନେଇ କହିଥିଲେ ଯେ ସେ ଧନୁଷଙ୍କ ଟିମକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନଙ୍କ ପକ୍ଷରୁ ଅନୁମତି ମିଳି ନଥିଲା ।

ଏହା ମଧ୍ୟ ପଢନ୍ତୁ: 'ଅନ୍ନପୁରାନୀ' ଫିଲ୍ମରେ ରାମଙ୍କୁ ଅପମାନ ! କ୍ଷମା ମାଗିଲେ ନୟନତାରା

ବର୍ତ୍ତମାନ ଧନୁଷ ଏହି ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟରେ ଏକ ସିଭିଲ୍ ମକଦ୍ଦମା ଦାୟର କରିଛନ୍ତି ଯେଉଁଥିରେ ସେ ତାଙ୍କ ଫିଲ୍ମର ଫଟୋକୁ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀରେ ବିନା ଅନୁମତିରେ ଫେରି ଟେଲରେ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ଏଥିସହ ତାମିଲ ଅଭିନେତା ନେଟଫ୍ଲିକ୍ସ ସମ୍ବନ୍ଧୀୟ ସଂସ୍ଥା ଲସ୍ ଗାଟୋସ୍ ପ୍ରଡକ୍ସନ୍ ସର୍ଭିସେସ୍ ଇଣ୍ଡିଆ LLP କୁ ଏହି ମାମଲାରେ ଜଡିତ କରିବାକୁ କୋର୍ଟଙ୍କ ଅନୁମତି ମାଗିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.