ହାଇଦ୍ରାବାଦ: ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଦିତି ରାଓ ହାଇଦରୀ ଏବଂ ସିଦ୍ଧାର୍ଥ । ନିକଟରେ ଉଭୟ ବିବାହ କରି ସମସ୍ତଙ୍କୁ ଚକିତ କରିଥିବା ବେଳେ ପୁଣି ଥରେ ବିବାହ କରିଛନ୍ତି ଅଦିତି ଓ ସିଦ୍ଧାର୍ଥ । ଅଦିତି ଏବଂ ସିଦ୍ଧାର୍ଥ ଚଳିତ ବର୍ଷ ସେପ୍ଟେମ୍ବର 16 ରେ ୱାନାପାର୍ଥୀର ଏକ ମନ୍ଦିରରେ ବିବାହ କରିଥିଲେ। ଦମ୍ପତିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏଥର ଏହି ଦମ୍ପତି ରାଜସ୍ଥାନର ଅଲିଲା ଦୁର୍ଗ ବିଶନଗଡରେ ବିବାହ କରିଛନ୍ତି ।
ପୁଣି ବିବାହ କଲେ ଅଦିତି-ସିଦ୍ଧାର୍ଥ
ଦ୍ୱିତୀୟ ଥର ପାଇଁ ଅଦିତି ଏବଂ ସିଦ୍ଧାର୍ଥ ନିଜ ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରିଛନ୍ତି । ଦୁହେଁ ବହୁତ ଖୁସି ଏବଂ ସୁନ୍ଦର ଦେଖାଯାଉଛନ୍ତି । ଫଟୋରେ ଅଦିତି ଲାଲ ରଙ୍ଗର ଲେହେଙ୍ଗା ସହ ପାରମ୍ପାରିକ ଲୁକରେ ନଜର ଆସିଛନ୍ତି । ସେହେପରି ସିଦ୍ଧାର୍ଥ ହ୍ୱାଇଟ ରଙ୍ଗର ଶେରୱାନି ଏବଂ ମୋତି ହାର ପିନ୍ଧିଥିଲେ ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ ।ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନ୍ ଲେଖିଛନ୍ତି, 'ଯଦି ଜୀବନରେ ଗୋଟିଏ ସୁନ୍ଦର ଜିନିଷ ଥାଏ, ତାହା ହେଉଛି ପରସ୍ପରର କମ୍ପାନୀ ।
ଛୁଟୁଛି ଶୁଭେଚ୍ଛାର ସୁଅ
ଅଦିତି ପୋଷ୍ଟ କରିବାର କିଛି ସମୟ ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଶୁଭେଚ୍ଛା ଜଣାଉଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, ଆଜି ମୁଁ ଇଣ୍ଟରନେଟରେ ସବୁଠାରୁ ସୁନ୍ଦର ଜିନିଷ ଦେଖିଲି । ଆଉ ଜଣେ ଲେଖିଛନ୍ତି, ମୁଁ ତାଙ୍କ ସୁନ୍ଦର ଫଟୋକୁ ଅପେକ୍ଷା କରିଥିଲି। ଏହି ଦମ୍ପତି ପ୍ରଥମେ ସାଉଥ ଭାରତୀୟ ପାରମ୍ପାରିକ ବିବାହ ଉତ୍ସବରେ ବିବାହ କରିଥିଲେ। ଫଟୋ ସେୟାର କରି ସେ ଲେଖିଥିଲେ, 'ତୁମେ ମୋର ସୂର୍ଯ୍ୟ, ମୋର ଚନ୍ଦ୍ର ଏବଂ ମୋର ସମସ୍ତ ତାରକା ... ଶ୍ରୀମତୀ ଏବଂ ଶ୍ରୀ ଆଡୁ-ସିଦ୍ଧୁ' ।
ଦ୍ୱିତୀୟ ବିବାହ କଲେ ଅଦିତି-ସିଦ୍ଧାର୍ଥ
କହିରଖୁଛୁ କି, ଅଦିତି ରାଓଙ୍କର ପ୍ରଥମ ବିବାହ 2009 ରେ ଅଭିନେତା ସତ୍ୟଦୀପ ମିଶ୍ରଙ୍କ ସହିତ ହୋଇଥିଲା । ବିବାହର ଚାରି ବର୍ଷ ପରେ ସେମାନେ ଛାଡପତ୍ର ହୋଇଥିଲେ। ସତ୍ୟଦୀପ 2023 ମସିହାରେ ବଲିଉଡର ଭେଟେରାନ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମାସାବା ଗୁପ୍ତାଙ୍କୁ ବିବାହ କରିଥିଲେ। ଏହା ମଧ୍ୟ ମାସାବା ଗୁପ୍ତାଙ୍କର ଦ୍ୱିତୀୟ ବିବାହ ଥିଲା । ଏଥି ସହିତ, 2003 ମସିହାରେ ସିଦ୍ଧାର୍ଥ ତାଙ୍କର ପ୍ରଥମ ବିବାହ କରିଥିଲେ ଏବଂ ବିବାହର ଚାରି ବର୍ଷ ପରେ ସିଦ୍ଧାର୍ଥ ମଧ୍ୟ ଛାଡପତ୍ର ହୋଇଥିଲେ। ସିଦ୍ଧାର୍ଥଙ୍କ ବୟସ 44 ଏବଂ ଅଦିତିଙ୍କ ବୟସ 37 ବର୍ଷ ହୋଇଥିବା ବେଳେ ୁଭୟହ୍କ ଏହା ଦ୍ୱିତୀୟ ବିବାହ ।
ଏହା ମଧ୍ୟ ପଢନ୍ତୁ: ହାତକୁ ଦି'ହାତ ହେଲେ ଅଦିତି-ସିଦ୍ଧାର୍ଥ, ସାମ୍ନାକୁ ଆସିଲା ବିବାହ ଫଟୋ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ