ଆଉ ଜଣେ ନବୀନ ଫ୍ୟାନ, ଭାଇରାଲ ହେଉଛି ଗୀତ

By

Published : Dec 28, 2021, 4:58 PM IST

thumbnail
ଖୋର୍ଦ୍ଧା: ଆମ (ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁବେଳେ ତାଙ୍କ ନିଆରା ଜୀବନ ଶୈଳୀ ଅନ୍ୟଙ୍କୁ ଆକୃଷ୍ଟ କରିଥାଏ । ସେଥିପାଇଁ ତାଙ୍କର ଅଛନ୍ତି ଅନେକ ପ୍ରଶଂସକ । ସେହିଭଳି ନବୀନ ବାବୁଙ୍କର ଜଣେ ନିଆରା ସମର୍ଥକ ଖୋର୍ଦ୍ଧା ଜିଲ୍ଲା ସିମୋର ଗ୍ରାମର ଚନ୍ଦ୍ର ଶେଖର ସାହୁ । ସେ ବହୁ ଦିନରୁ ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଆଉ ଏବେ ତାଙ୍କ ସୁପୁତ୍ର ତଥା ନବୀନ ବାବୁଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ଜଣେ ବଡ ସମର୍ଥକ ପାଲଟିଛନ୍ତି । ନବୀନଙ୍କ ନାମରେ ସେ 20ରୁ ଉର୍ଦ୍ଧ୍ବ ଗୀତ ଲେଖି ନିଜେ ଗାଇ ଥିବା ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ ଭାଇରଲ ହେଉଛି । ନବୀନ ବାବୁ ଗରିବଙ୍କ ପାଇଁ କରିଥିବା ଅନେକ ଯୋଜନାକୁ ସେ ନିଜ ଗୀତ ମାଧ୍ୟମରେ ଗାଇ ଚର୍ଚ୍ଚା ସାଉଁଟିଛନ୍ତି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.