thumbnail

By

Published : Oct 27, 2020, 12:45 PM IST

ETV Bharat / Videos

ବାଇକରେ ଆସି ମହିଳାଙ୍କ ବେକରୁ ଚେନ ଭିଡି ନେଲେ ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ବେଙ୍ଗାଲୁରରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରୀ ମାମଲା । ପୋଲିସ ପକ୍ଷରୁ ଚୋରମାନଙ୍କୁ ଧରିବାରେ କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରିଥିବାବେଳେ, ଆହୁରି ବଢିବାରେ ଲାଗିଛି ଲୁଟ । ତେବେ କର୍ଣ୍ଣାଟକର କଙ୍ଗେରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଚୋର ବାଇକରେ ଆସି ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ଚେନ ଭିଡି ନେଉଥିବା ବେଳେ, ମହିଳା ଜଣଙ୍କ ଘୁଷୁଡି ଯାଇଥିବା ଦେଖିବାକୁ ମିଳିଛି । ଯାହାଫଳରେ ତାଙ୍କ ହାତ ଓ ଗୋଡରେ ଆଘାତ ଲାଗିଛି । ଏନେଇ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ସମ୍ପୂର୍ଣ୍ଣ ଘଟିଣାଟି ସିସିଟିଭିରେ କଏଦ ହୋଇଯାଇଥିଲା । ଏହି ସମୟରେ ଘଟଣାସ୍ଥଳରେ ଥିବା ଲୋକମାନେ ଚୋରଙ୍କୁ ଧରିବାକୁ ଚେଷ୍ଟା କରିଥିବା ବେଳେ, ଚୋରଟି ଖସି ପଳାଇଥିବା ଜଣାପଡିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.