ରାକ୍ଷୀ ବାନ୍ଧିଲେ ରାନୀ ପଣ୍ଡା, ପାଉଣା ଦେଲେ ସୁର

By

Published : Aug 22, 2021, 5:16 PM IST

thumbnail

ଭୁବନେଶ୍ବର: ଆଜି ପଵିତ୍ର ରକ୍ଷା ବନ୍ଧନ । ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧୁଥିବା ବେଳେ କଂଗ୍ରେସ ବିଧାୟକ ସୁର ରାଉତ ରାୟଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା। ରୀତିନୀତି ଅନୁସାରେ ସମସ୍ତଙ୍କ ପ୍ରିୟର ସୁର ଭାଇଙ୍କ ହାତରେ କଂଗ୍ରେସ ଭବନରେ ରାକ୍ଷୀ ବାନ୍ଧିଛନ୍ତି ରାନୀ । ଆଉ ସବୁ ଭାଇଙ୍କ ପରି ସୁର ବି ରାନୀ ପଣ୍ଡାଙ୍କୁ ଆଶୀର୍ବାଦ ଦେଇ ରାକ୍ଷୀର ପାଉଣା ଦେଇଛନ୍ତି । ଏଭଳି ପ୍ରୀତି ବନ୍ଧନକୁ ନେଇ ରାନୀ ବେଶ ଖୁସି ହୋଇଛନ୍ତି । ସୁର କହିଛନ୍ତି ଏହି ପ୍ରୀତିର ବନ୍ଧନ ସବୁ ଭାଇଭଉଣୀଙ୍କ ପାଇଁ ଅତୁଟ ରହିଥାଉ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.