କୋଟାରୁ ଅନୁଗୋଳ ଫେରୁଛନ୍ତି 44 ଛାତ୍ରଛାତ୍ରୀ - 44 students are returning to Angul from Kota
🎬 Watch Now: Feature Video
ଅନୁଗୋଳ: କୋରୋନା ପାଇଁ ସରକାର ଘୋଷଣା କରିଥିବା ଲକଡାଉନ କାରଣରୁ ବାହାର ରାଜ୍ୟରେ ଫସି ରହିଛନ୍ତି ବହୁ ଓଡ଼ିଆ । ତେବେ ଅନୁଗୋଳ ଜିଲ୍ଲାର ୪୪ ଜଣ ଛାତ୍ରଛାତ୍ରୀ ରାଜସ୍ଥାନର କୋଟାରେ ଫସି ରହିଥିବା ବେଳେ ଆଜି(ଶନିବାର) ଓଡିଶା ଅଭିମୁଖେ ବାହାରିଛନ୍ତି । ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ 2ଟି ସ୍ୱତନ୍ତ୍ର ବସ ଯୋଗେ ସେଠାରୁ ବାହାରିଛନ୍ତି । ତେବେ ସେମାନଙ୍କ ଅଭିଭାବକ ଅନୁଗୋଳ ଜିଲ୍ଲା ପ୍ରଶାସନ ଏବଂ ଛାତ୍ରଛାତ୍ରୀ ପଢ଼ୁଥିବା ସଂସ୍ଥା ଅନୁମତି ନେବାପରେ ଯାଇ ଆସିବା ସଫଳ ହୋଇ ପାରିଥିଲା ।