thumbnail

ପବିତ୍ର ସ୍ନାନଯାତ୍ରାରେ 144 ଧାରା ଲାଗୁ, ବଡଦାଣ୍ଡ ଖାଁ ଖାଁ

By

Published : Jun 5, 2020, 9:53 AM IST

ପୁରୀ: ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଚଳିତବର୍ଷ ସ୍ନାନ ଯାତ୍ରାରେ ରହିଛି କିଛି ବ୍ୟତିକ୍ରମ । ବିନା ଭକ୍ତରେ ଖାଁ ଖାଁ ବଡଦାଣ୍ଡ । ସ୍ନାନଯାତ୍ରାରେ ଯେଭଳି ସ୍ନାନ ମଣ୍ଡପ ସମ୍ମୁଖ ବଡ଼ ଦାଣ୍ଡରେ ଭକ୍ତଙ୍କ ଭିଡ଼ ନ ହୁଏ ସେନେଇ ପ୍ରଶାସନ 144 ଧାରା ଜାରି କରିଛି । କୋଭିଡ ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଦେଖି ଏହି ନିଷ୍ପତ୍ତି ହୋଇଛି । ଏନେଇ 38 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । 144 ଧାରା ଜାରି ଅଞ୍ଚଳରେ ଅନେକ ସାହି ଥିବାରୁ ଲୋକମାନେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଓ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ଶ୍ରୀମନ୍ଦିର ଆଡକୁ ଯିବାକୁ ପୋଲିସର କଟକଣା ରହିଛି । ଗତକାଲି ରାତି 10 ଟାରୁ 144 ଧାରା ଜାରି ରହିଥିବାବେଳେ ଆଜି ଦିନ 2 ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ତେବେ ଏନେଇ କ'ଣ ସବୁ ବ୍ୟବସ୍ଥା ରହିଛି ଶୁଣନ୍ତୁ... ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.