ବସରେ ପ୍ରିୟଙ୍କାଙ୍କ ସହ ସୁରଟ କୋର୍ଟରେ ପହଞ୍ଚିଲେ ରାହୁଲ, ଦେଖନ୍ତୁ ଭିଡିଓ

By

Published : Apr 3, 2023, 4:33 PM IST

thumbnail

ଗାନ୍ଧୀନଗର: ସୁରଟ ଶେସନ କୋର୍ଟରେ ଦ୍ବାରସ୍ଥ ହୋଇ ବେଲ ପାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ଆଜି ପୂର୍ବାହ୍ନରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା ଓ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ବସରେ କୋର୍ଟରେ ପହଞ୍ଚିଥିଲେ । କଂଗ୍ରେସ ନେତାମାନେ ଏକ ବିମାନରେ ସମୂହ ଭାବେ ସୁରଟ ଗସ୍ତ କରିଥିଲେ । ପରେ ସେମାନେ କାର ପରିବର୍ତ୍ତେ ବିମାନ ବନ୍ଦରରୁ ଏକ ବସରେ କୋର୍ଟ ଅଭିମୁଖେ ଯାତ୍ରା କରିଥିଲେ । ରାହୁଲ ଓ ପ୍ରିୟଙ୍କା ଆଗ ସିଟରେ ବସିଥିଲେ । ସେମାନେ ରାସ୍ତା କଡରେ ଛିଡା ହୋଇଥିବା ଲୋକଙ୍କୁ ହାତ ହାଲାଇ ଅଭିବାଦନ ମଧ୍ୟ ଜଣାଇଥିବାର ଦେଖିବାକୁ ମିଳିଥିଲା । ଆଜି ଶୁଣାଣିରେ ରାହୁଲଙ୍କୁ 13 ତାରିଖ ଯାଏଁ ଜାମିନ ମିଳିଛି । ଅନ୍ୟପଟେ ସେ ନିଜ ଦୋଷୀ ସାବ୍ୟସ୍ତ ରାୟକୁ ଚ୍ୟାଲେଞ୍ଜ କରି କରିଥିବା ଆବେଦନର ଶୁଣାଣି ମେ’ 3 ତାରିଖରେ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.