ଫେରିଲା କଳାପଲସର ଆତଙ୍କ, ମହିଳାଙ୍କଠୁ ଝାମ୍ପି ନେଲେ 40 ହଜାର
🎬 Watch Now: Feature Video
ଢେଙ୍କାନାଳ: ପୁଣି ମାତିଲେ କଳା ପଲସର ଲୁଟେରା, ଆଖି ପିଛୁଳାକେ ଝାମ୍ପି ନେଲେ ଟଙ୍କା ଭର୍ତ୍ତି ବ୍ୟାଗ । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ମହିଳାଙ୍କ ଠାରୁ 40 ହଜାର ଟଙ୍କା ଛଡାଇ ନେଇ ଚମ୍ପଟ ମାରିଲେ ଲୁଟେରା । ଏଭଳି ଘଟଣା ଘଟିଛି କଙ୍କଡାହାଡ ଥାନା ରହଣି ରାସ୍ତାରେ । ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଉଛନ୍ତି ରହଣି ଗ୍ରାମର ସିତା ବାରିକ । ସୂଚନା ଅନୁଯାୟୀ, ଗୁରୁବାର ମଧ୍ୟାହ୍ନ 12ଟା ସମୟରେ ସିତା ବିରାଶାଳ ଗ୍ରାମ୍ୟବ୍ୟାଙ୍କରୁ 40 ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ଧରି ଘରକୁ ଫେରୁଥିଲେ । ଫେରିବା ବାଟରେ ନୂଆ ରହଣି ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ମହିଳାଙ୍କ ଠାରୁ ଟଙ୍କା ବ୍ୟାଗଟିକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଲୁଟର ଶିକାର ହେବା ପରେ ମହିଳା ଜଣଙ୍କ ଥାନାର ଦ୍ବାରସ୍ଥ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି ନା ନାହିଁ ସେନେଇ ସୂଚନା ମିଳିନାହିଁ ।
ଇଟିଭି ଭାରତ, ଢେଙ୍କାନାଳ