thumbnail

By

Published : Mar 17, 2022, 7:52 PM IST

Updated : Feb 3, 2023, 8:20 PM IST

ETV Bharat / Videos

CMC Election: BJPରେ ସାମିଲ ହେଲେ ପୂର୍ବତନ BJD କର୍ପୋରେଟର

କଟକ: କଟକ ମହାନଗର ନିର୍ବାଚନକୁ ନେଇ ସରଗରମ କଟକ ରାଜନୀତି । ଶଙ୍ଖ ଛାଡି ପଦ୍ମ ଧରିଛନ୍ତି ୨୦ ନମ୍ବର ୱାର୍ଡର ପୂର୍ବତନ ବିଜେଡି କର୍ପୋରେଟର ଅଜୟ ବେହେରା। ଦଳରେ ସମ୍ମାନ ନମିଳିବାରୁ ସେ ବିଜେଡି ଛାଡି ବିଜେପିରେ ମିଶିଥିବା କହିଛନ୍ତି। ୨୦ ନମ୍ବର ୱାର୍ଡରେ ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଅଜୟ ବିଜେପିରେ ଯୋଗଦେବା ଦଳ ପାଇଁ ବେଶ ଲାଭ ହେବ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ । ସେହିପରି ମହାନଗର ନିଗମ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସମୀର ଦେ କହିଛନ୍ତି। କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.