ETV Bharat / state

ସୀମା ଟପିଲା ରାଗିଂ, ଛାତ୍ରଙ୍କୁ ମାଡମାରି ୨ ମହଲା କୋଠାରୁ ତଳକୁ ଠେଲିଦେଲେ - College Ragging - COLLEGE RAGGING

College Ragging: ସୀମା ଟପିଲେ ସହପାଠୀ । ମାଡ଼ ମାରିବା ସହ ଛାତ୍ର ଜଣକୁ ଛାତ ଉପରୁ ତଳକୁ ଠେଲିଦେଲେ । ଗୁରୁତର ଛାତ୍ର । ଅଧିକ ପଢ଼ନ୍ତୁ

Alleges Ragging
Alleges Ragging (ETV Bharat Odisha)
author img

By ETV Bharat Odisha Team

Published : Sep 30, 2024, 8:30 PM IST

ଭବାନୀପାଟଣା: ପୁଣି ସାମ୍ନାକୁ ଆସିଲା ରାଗିଂ ଅଭିଯୋଗ । ଗତ କିଛି ଦିନ ଧରି ଛାତ୍ରଙ୍କୁ ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦେଉଥିଲେ ସହପାଠୀ । ହେଲେ ଆଜି ନିର୍ଯାତନାର ସବୁ ସୀମା ଟପିଗଲେ ସହପାଠୀ । ଛାତ୍ରଙ୍କୁ ମାଡ଼ମାରିବା ସହ ଦୁଇ ମହଲା କୋଠାରୁ ତଳକୁ ଠେଲି ଦେଇଛନ୍ତି । ଫଳରେ ଛାତ୍ର ଜଣଙ୍କ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେପଟେ ଅଭିଯୋଗ ହେବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ମାଡ ମାରିଲେ, ଛାତରୁ ଠେଲିଦେଲେ:

Alleges Ragging (ETV Bharat Odisha)

ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ଭବାନୀପାଟଣା ସହରର ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ଘରୋଇ କଲେଜ ହଷ୍ଟେଲରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରମାନେ ଅନ୍ୟଜଣେ ଛାତ୍ରକୁ ପ୍ରଥମେ ରୁମ ଭିତରେ ମାଡ ମାରିଥିଲେ । ପରେ ଦୁଇ ମହଲା ଛାତ ଉପରୁ ତଳକୁ ଠେଲି ଦେଇଥିଲେ । ତେବେ ଛାତ୍ର ଜଣଙ୍କ ସହ ଏହା ପ୍ରଥମ ଘଟଣା ନଥିଲା । ଏହି ଘଟଣା ଘଟିବାର ୪ ଦିନ ଆଗରୁ ମଧ୍ୟ ତାଙ୍କୁ ମାଡ଼ମାରିବା ସହ ମାନସିକ ନିର୍ଯାତନା ଦେଉଥିଲେ ସହପାଠୀ । ଏହି ଘଟଣା କାହା ଆଗରେ ପ୍ରକାଶ କଲେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ଛାତ୍ର ଜଣଙ୍କୁ ମାଡ଼ ମାରିବା ବେଳର ଭିଡ଼ିଓ କେହି ଜଣେ ଉତ୍ତୋଳନ କରିଥିବା ବେଳେ ସେହି ଭିଡ଼ିଏ ପୀଡ଼ିତ ଛାତ୍ରଙ୍କ ମୋବାଇଲରେ ଥିଲା । କାଳେ ଏହି ଭିଡ଼ିଓକୁ ପୀଡ଼ିତ ଛାତ୍ର ଜଣଙ୍କ କାହାକୁ ଦେଖାଇ ଦେବେ ସେହି ଭୟରେ ସହପାଠୀମାନେ ଛାତ୍ର ଜଣଙ୍କୁ ୨ ମହଲା କୋଠାରୁ ତଳକୁ ଠେଲି ଦେଇଥିବା ପ୍ରକାଶ କରିଛନ୍ତି ପୀଡ଼ିତ ଛାତ୍ର ।

ପୋଲିସର ତନାଘନା:

Ragging
Ragging (ETV Bharat Odisha)

ସେପଟେ ଛାତ୍ର ଜଣକୁ ଠେଲି ଦେବା ପରେ ସେ ଗୁରୁତର ଆହତ ହୋଇଥିଲେ । ଏହା ପରେ କଲେଜ କର୍ତ୍ତୃପକ୍ଷ ଏବଂ ପରିବାର ଲୋକଙ୍କୁ ତୁରନ୍ତ ଖବର ଦିଆଯାଇଥିଲା । ଗୁରୁତର ଛାତ୍ର ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସେଠାରେ ଚିକିତ୍ସା ଚାଲିଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ରାଗିଂ ରୋକିବାକୁ ଆଣ୍ଟି ରାଗିଂ ସେଲ ଗଠନ ହୋଇଥିବା ବେଳେ ସେହି ସେଲ କ'ଣ କରୁଛି ବୋଲି ପ୍ରଶ୍ନ ଉଠିଛି । ସେପଟେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଜି ସଂପୃକ୍ତ କଲେଜକୁ ଯାଇ ପୋଲିସ ପୀଡ଼ିତ ଛାତ୍ରଙ୍କ ସହପାଠୀମାନଙ୍କୁ ପଚରାଉଚରା କରିଛି । ଅପରପକ୍ଷେ କଲେଜ ପକ୍ଷରୁ ମଧ୍ୟ ଏହାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି ।

ଜୀବନରୁ ମାରିଦେବାକୁ ଧମକ:

Ragging
Ragging (ETV Bharat Odisha)

ଏନେଇ ରାଗିଂର ଶିକାର ହୋଇଥିବା ଛାତ୍ର କହିଛନ୍ତି, "ମୋ ସହପାଠୀମାନେ ମୋତେ ମାଡ଼ ମାରିବା ସହ ମୋ ଜିନିଷ ପତ୍ର ନେଇଯାଆନ୍ତି । ମୋ ଖାଇବା ଛଡେଇ ନେଇ ଖାଇଦିଅନ୍ତି । କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ମୋ ବେକରେ ଛୁରୀ ଲଗେଇଥିଲେ । ମୋତେ ମାଡ଼ ମାରିବା ସହ ୩ ମହଲା ଛାତରୁ ତଳକୁ ଠେଲିଦେଲେ । ୪ ପୂର୍ବରୁ ମଧ୍ୟ ମାରପିଟ କରିଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ...ରାତି ସାରା ଛାତ୍ରଙ୍କୁ ମାନସିକ ନିର୍ଯାତନା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆସିଲା ରାଗିଂ ଅଭିଯୋଗ - ragging in Berhampur University

ଏହା ମଧ୍ୟ ପଢ଼ନ୍ତୁ...RAGGING: ମଧ୍ୟପ୍ରଦେଶରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ରାଗିଂ, ସାର୍ଟିଫିକେଟ ପାଇଁ ୩୦ ଲକ୍ଷ ମାଗିଥିଲେ କର୍ତ୍ତୃପକ୍ଷ - Odisha Girl Student Ragging

ଏହା ମଧ୍ୟ ପଢ଼ନ୍ତୁ...ଜିଲ୍ଲାପାଳଙ୍କୁ ୟୁଜିସିର ଚିଠି, 'ଜିଲାସ୍ତରରେ ଗଠନ ହେବ ଆଣ୍ଟି ରାଗିଂ କମିଟି ' - Anti ragging committee

ଘଟଣା ଆମ ଅଜାଣତରେ ହୋଇଛି:
ସେପଟେ କଲେଜ କର୍ତ୍ତୃପକ୍ଷ ଅରୁଣ ମହାପାତ୍ର କହିଛନ୍ତି, "ଏହି ଘଟଣା ଆମ ଅଜାଣତରେ ହୋଇଛି । ଏ ବିଷୟରେ ନା ଛାତ୍ର ଆମକୁ କହିଛନ୍ତି, ନା ତାଙ୍କ ଅଭିଭାବକ କହିଛନ୍ତି । ଆମେ ଏ ଘଟଣା ସମ୍ପର୍କରେ କିଛି ଜାଣିନଥିଲୁ । ଗତକାଲି ଖବର ପାଇ ମୁଁ ମେଡିକାଲକୁ ଗଲା ପରେ ସେମାନେ ମତେ ଗୋଟେ ଭିଡିଓ ଦେଖାଇଥିଲେ । ଭିଡିଓ ଦେଖିଲା ପରେ ଆମେ ଜାଣିଲୁ ଯେ, ଛାତ୍ର ଜଣଙ୍କୁ ଦୁଇଜଣ ପିଲା ମାଡ ମାରୁଛନ୍ତି । ଆଜି ଆମର ଫ୍ୟାକ୍ଟଫାଇଣ୍ଡିଂ କମିଟି ବସିବ ଓ ଏହା ଉପରେ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ।"

ଇଟିଭି ଭାରତ, କଲାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.