thumbnail

By ETV Bharat Odisha Team

Published : 2 hours ago

ETV Bharat / Videos

ଜନସମ୍ପର୍କ ବଢାଇବାକୁ ବିଜେଡିର ବଡ଼ ଯୋଜନା, 2 ପର୍ଯ୍ୟାୟରେ ପଦଯାତ୍ରା - Jana Sampark Padayatra

ଭୁବନେଶ୍ବର: ଦୁଇଟି ପର୍ଯ୍ୟାୟରେ ଜନ ସମ୍ପର୍କ ପଦଯାତ୍ରା କରିବ ବିଜେଡି। ଗାନ୍ଧୀ ଜୟନ୍ତୀ (ଅକ୍ଟୋବର 2) ରୁ ଏହି ପଦଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଗୋପବନ୍ଧୁଙ୍କ ଜନ୍ମ ତିଥି(ଅକ୍ଟୋବର 9)ରୁ ସଦସ୍ୟତା ଅଭିଯାନ ହେବ। ଏହି ବିଷୟରେ ଦଳ ପକ୍ଷରୁ ହୋଇଥିବା ନୂଆ କମିଟି,ରାଜ୍ୟର ସମସ୍ତ କାର୍ଯ୍ୟକର୍ତ୍ତା, ବିଧାୟକ ବିଧାୟିକା ପ୍ରାର୍ଥି, ବ୍ଲକ ଓ ନଗର କର୍ମକର୍ତ୍ତାଙ୍କ ସହିତ ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଜନ ସମ୍ପର୍କ ପଦଯାତ୍ରା ସମ୍ପର୍କରେ ସୂଚିତ କରାଯାଇଥିବା କହିଛନ୍ତି ଦଳର ବରିଷ୍ଠ ନେତା ଦେବୀ ମିଶ୍ର। 

ଏହା ବି ପଢନ୍ତୁ...ମୋହନଙ୍କୁ ନବୀନଙ୍କ ଟାର୍ଗେଟ, 'ସରକାରଙ୍କ ବିଫଳତା ଓ ବିଜେପିର ମିଛକୁ ନେଇ ସଚେତନ କରିବ ବିଜେଡି' - naveen targets mohan majhi govt

ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, "ଦୁଇଟି ପର୍ଯ୍ୟାୟରେ ଜନ ସମ୍ପର୍କ ପଦଯାତ୍ରା ପାଇଁ ନିଷ୍ପତ୍ତି ନେଇଛି ଦଳ। ଦୁଇଟି ପର୍ଯ୍ୟାୟରେ ହେବ ଏହି ପଦଯାତ୍ରା। ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ଦୁଇ ତାରିଖରୁ ଅକ୍ଟୋବର 6 ତାରିଖ ପର୍ଯ୍ୟନ୍ତ ଚାଲିବ। ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର 21ରୁ 30 ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମୋ । ଦରଦାମ ନିୟନ୍ତ୍ରଣରେ ବିଜେପି ସରକାରର ବିଫଳତା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ମହିଳା ନିର୍ଯାତନା ନେଇ ସ୍ଥାନୀୟ ବାସୀଙ୍କୁ ଅବଗତ କରାଇବ ବିଜେଡି।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.