ETV Bharat / state

ବନ୍ଦେ ଭାରତରେ ଅଙ୍ଗନବାଡି ! ଟ୍ରେନରେ ପିଲାଙ୍କ ପାଠପଢା - Anganwadi Centre

author img

By ETV Bharat Odisha Team

Published : 2 hours ago

Updated : 2 hours ago

Anganwadi Centre built As Train Model: ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର । ସବୁଜ ପରିବେଶରେ ଛିଡା ହୋଇଛି ତପସ୍ବିନୀ ଏକ୍ସପ୍ରେସ ଓ ବନ୍ଦେ ଭାରତ ଟ୍ରେନ । ରେଳ ଷ୍ଟେସନର ଭ୍ରମ ସୃଷ୍ଟି କରୁଛି । ଆଉ ଟ୍ରେନରେ ବସି ପାଠ ପଢୁଛନ୍ତି ଅଙ୍ଗନବାଡି ପିଲା ।

Anganwadi Centre built As Train Model
Anganwadi Centre built As Train Model (Etv Bharat)

ଭବାନୀପାଟଣା: ଅଙ୍ଗନବାଡିରେ ପିଲାଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବାକୁ ଭିନ୍ନ ଭିନ୍ନ ଚିତ୍ର ଅଙ୍କା ଯାଇଥାଏ । କେଉଁଠାରେ କାଟୁନ ତ ଆଉ କେଉଁଠି ଫଳ, ପନିପରିବା, ଗାଁର ଦୃଶ୍ୟ ଚିତ୍ର ଅଙ୍କାଯାଇଥାଏ । ଯାହା ଦ୍ବାରା ଛୋଟ ଛୋଟ ପିଲା ମାନେ ପାଠ ପଢିବା ପ୍ରତି ଆକୃଷ୍ଟ ହୋଇ ଅଙ୍ଗନବାଡିରେ ବସି ରହିବେ । ଆମେ ଆପଣଙ୍କୁ ଏମିତି ଏକ ଅଙ୍ଗନବାଡି କଥା କହିବୁ ଯାହା ବିଷୟରେ ଶୁଣିଲେ ଓ ଅଙ୍ଗନବାଡିର ଦୃଶ୍ୟ ଦେଖିଲେ ଆପଣ ଭାବିବେ ଏହା ଅଙ୍ଗନବାଡି ନା ରେଳ ଷ୍ଟେସନ । କୁନିକୁନି ପିଲାଙ୍କ ପାଇଁ ଅଙ୍ଗନବାଡିରେ ରୂପରେଖ ବଦଳାଇ ଦେଇଛନ୍ତି ଅଙ୍ଗନବାଡି ଦିଦି । କଳାହାଣ୍ଡି ଜିଲ୍ଲା ଦେପୂର୍ ପଞ୍ଚାୟତର ବାବୁ କେନ୍ଦୁଗୁଡ଼ା ଗାଁର ସକ୍ଷମ ଅଙ୍ଗନବାଡି କେନ୍ଦ୍ର ଏବେ ରେଳ ଷ୍ଟେସନର ଭ୍ରମ ସୃଷ୍ଟି କରୁଛି ।

ଅଙ୍ଗନବାଡିରେ ଛିଡା ହୋଇଛି ତପସ୍ବିନୀ ଏକ୍ସପ୍ରେସ ଓ ବନ୍ଦେ ଭାରତ:

Anganwadi Centre built As Train Model (ETV BHARAT ODISHA)

ଚକା ଚକ୍ କୋଠା ଓ ସୁନ୍ଦର ପରିବେଶରେ ଗୋଟିଏ ପଟେ ତପସ୍ବିନୀ ଏକ୍ସପ୍ରେସ ଓ ଆଉ ଗୋଟେ ପଟେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଛିଡା ହୋଇଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା କୌଣସି ରେଳ ଷ୍ଟେସନର ଦୃଶ୍ୟ ନୁହେଁ ବରଂ ଅଙ୍ଗନୱାଡ଼ି କେନ୍ଦ୍ର । କେନ୍ଦ୍ରକୁ ପ୍ରବେଶ କରୁ କରୁ କାନ୍ଥ ସାରା ଅଙ୍କା ଯାଇଛି ଟ୍ରେନ ଓ ପ୍ଲାଟଫର୍ମ । ପିଲା ମାନେ ମଧ୍ୟ ଏହାକୁ ସତ ଭାବି ଗେଟ୍ ନିକଟରେ ଛିଡା ହୋଇ ହାତ ହଲାଉଛନ୍ତି ।

ଅଙ୍ଗନବାଡିରେ ଏଲଇଡିରେ ପାଠପଢା:

Anganwadi Centre built As Train Model
Anganwadi Centre built As Train Model (ETV BHARAT ODISHA)

ଅଙ୍ଗନବାଡି କେନ୍ଦ୍ରର ଭିତର ଦୃଶ୍ୟ: ଅଙ୍ଗନବାଡି ବାହାରେ ଟ୍ରେନର ଦୃଶ୍ୟ ଓ ଭିତରକୁ ଗଲେ କାନ୍ଥରେ ଅଙ୍କା ଯାଇଛି ଅନେକ ଚିତ୍ର ସହ ଓଡ଼ିଆ ବର୍ଣ୍ଣମାଳା । ଏହାସହ ବାର ଓ ମାସର ନାମ ମଧ୍ୟ ଲେଖା ହୋଇଛି କାନ୍ଥରେ । ଏଲଇଡି ଦେଖି ପାଠ ପଢୁଛନ୍ତି କୁନି କୁନି ପିଲା । ସୁନ୍ଦର ପରିବେଶ ମଧ୍ୟରେ ପିଲାଙ୍କୁ ନାଚଗୀତରେ ଶିକ୍ଷାଦାନ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ । ଏଚିତ୍ରକୁ କ୍ଷଣିକ ପାଇଁ ଯିଏ ଦେଖିବ ଲାଗିବ ସେତେ ଯେମିତି ପ୍ଲେ ସ୍କୁଲକୁ ପଶି ଆସିଲା ପରି ।

ଏହା ମଧ୍ୟ ପଢନ୍ତୁ-ଦଳିତ ବୋଲି ଗାଁରୁ ବାହାରିଥିଲେ, ଆଜି ଆଦର୍ଶ ସାଜିଛନ୍ତି ଅଙ୍ଗନବାଡି ଦିଦି

ଏହା ମଧ୍ୟ ପଢନ୍ତୁ-ଆଦର୍ଶ ଅଙ୍ଗନବାଡି ଦିଦି, ପିଲାଙ୍କ ପାଇଁ ନିତି ହେଉଛନ୍ତି ନଦୀ ପାର୍

ଅଙ୍ଗନୱାଡ଼ି କେନ୍ଦ୍ରକୁ ଆଦର୍ଶ କରିପାରିଛନ୍ତି କର୍ମୀ ଅହଲ୍ୟା:

ଏହି କେନ୍ଦ୍ରରେ ନିଯୁକ୍ତ ଥିବା ଅଙ୍ଗନବାଡ଼ି କର୍ମୀ ଅହଲ୍ୟା ସାହୁ ନିଜ ଉଦ୍ୟାନ ଫଳରେ କେନ୍ଦ୍ରକୁ ମଡେଲ କେନ୍ଦ୍ର ଭାବରେ ପରିଣତ କରି ପାରିଛନ୍ତି । ଜିଲ୍ଲା ପ୍ରଶାସନ ଓ ଅହଲ୍ୟାଙ୍କ ପ୍ରଚେଷ୍ଟାରେ ଅଙ୍ଗନବାଡ଼ି କେନ୍ଦ୍ର ଆଜି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ଦେଖିବାକୁ ଲୋକଙ୍କ ସୁଅ ଛୁଟୁଛି କେନ୍ଦ୍ରକୁ । ଅହଲ୍ୟାଙ୍କ ଏପରି ଉଦ୍ୟମ ଫଳରେ ଅଙ୍ଗନବାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା କୁନି କୁନି ପିଲା ମାନେ ମଧ୍ୟ ବେଶ୍ ଉତ୍ସାହର ସହ କେନ୍ଦ୍ରକୁ ଆସି ପାଠ ପଢୁଛନ୍ତି । ଅଙ୍ଗନବାଡି କର୍ମୀଙ୍କ ଏପରି ଉଦ୍ୟମକୁ ସବୁଠି ପ୍ରଶଂସା କରାଯାଉଛି । ପୂର୍ବରୁ ଅଧ୍ୟ ଅନେକ ଥର ନିଜ ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇ ଜିଲ୍ଲାପାଳଙ୍କ ଠାରୁ ପୁରସ୍କାର ପାଇଛନ୍ତି ଅହଲ୍ୟା ସାହୁ ।

ରେଳ ଷ୍ଟେସନ ପରି ଲାଗୁଛି ଅଙ୍ଗନବାଡି:

ଏନେଇ ସ୍ଥାନୀୟ ବାସିନ୍ଦା ରାମ କାରଣ ନାଗ କହିଛନ୍ତି, "ଏହା ହେଉଛି ଏକ ଅଙ୍ଗନବାଡ଼ି କେନ୍ଦ୍ର । କିନ୍ତୁ ଆମକୁ ଦେଖିଲେ ଲାଗୁଛି ସତେ ଯେମିତି ଏହା ଏକ ରେଳ ଷ୍ଟେସନ । ଅଙ୍ଗନବାଡ଼ି କେନ୍ଦ୍ରଟି ଯେମିତି ସୁନ୍ଦର୍ ହୋଇଛି ଏଠାରେ ପିଲା ମାନଙ୍କୁ ମଧ୍ୟ ସେପରି ଶିକ୍ଷା ଦିଆଯାଉଛି । ଏହା ସହ ପିଲା ମାନଙ୍କୁ ସମସ୍ତ ପ୍ରକାର ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଉଛି । ବେଶ୍ ଉତ୍ସାହର ସହିତ ପଢ଼ିବା ଓ ଶିଖିବା ପାଇଁ ଅଙ୍ଗନବାଡି ଆସୁଛନ୍ତି ପିଲାଏ ।''

ଏହା ମଧ୍ୟ ପଢନ୍ତୁ: ବ୍ୟାପକ ସମସ୍ୟା ଘେରରେ ଅଙ୍ଗନବାଡି କେନ୍ଦ୍ର, ଛୁଆଙ୍କୁ ମିଳୁନି ଅଣ୍ଡା ଛତୁଆ

ଟ୍ରେନ ଦେଖିଲେ ପିଲାଏ ପାଠ ପଢିବେ:

ଏନେଇ ଅଙ୍ଗନବାଡ଼ି କର୍ମୀ ଅହଲ୍ୟା ସାହୁ କହିଛନ୍ତି, "ବର୍ତ୍ତମାନ ଯେଉଁ ଜିନିଷ ପିଲା ମାନେ ଜାଣିବା କଥା ଓ ଶିଖିବା କଥା ତାହା ପ୍ରଦାନ କଲେ ହିଁ ସେମାନେ ଆଗ୍ରହର ସହିତ ପଢ଼ିବେ ଓ ଜାଣିବେ । ଅନେକ କେନ୍ଦ୍ର ଅନେକ ଜିନିଷ ତିଆରି କରାଯାଉଛି । କିନ୍ତୁ ମୁଁ ଚିନ୍ତା କଲି ଯେ କାନ୍ଥରେ ବନ୍ଦେ ଭାରତ ଓ ତପସ୍ବିନୀ ଏକ୍ସପ୍ରେସ ତିଆରି କରିବି । କାରଣ ପିଲା ମାନେ ବହୁତ୍ କମ୍ ମାତ୍ରାରେ ଟ୍ରେନ ଦେଖିଛନ୍ତି । ଟ୍ରେନ ଦେଖିବାକୁ ହେଲେ ୩୦ କିଲୋମିଟର ଜୁନାଗଡ଼କୁ ଯିବାକୁ ପଡିବ । ତେଣୁ କରି ପିଲା ମାନଙ୍କୁ ରେଳ ବିଷୟରେ ଶିକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ନେଇଥିଲି ।

ଇଟିଭି ଭାରତ, କଳାହାଣ୍ଡି

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.