thumbnail

By

Published : Mar 5, 2022, 2:20 PM IST

Updated : Feb 3, 2023, 8:18 PM IST

ETV Bharat / Videos

ପଦାରେ ପଡିଲା ପ୍ରତିଷ୍ଠିତ ସୁପର ମାର୍କେଟର ଜାଲିଆତି, MRP ଠାରୁ ନେଉଛି ଅଧିକ ଦର

କଟକ: MRP ଦର ଠାରୁ ଅଧିକ ଦରରେ ବିକ୍ରି ହେଉଛି ସାମଗ୍ରୀ । ଏହା ପୁଣି କୌଣସି ରିଟଲର ଦୋକାନରେ ନୁହେଁ ବରଂ ଏକ ପ୍ରତିଷ୍ଠିତ ସୁପର ମାର୍କେଟରେ ଏପରି କଳାବଜାରୀ ଦେଖିବାକୁ ମିଳିଛି । ରିଫାଇନ ତେଲ ଦର ଲିଟର ପିଛା ୧୫୫ ଟଙ୍କା MRP ରହିଥିବା ବେଳେ ଏହି ସୁପରମାର୍କେଟରେ ଏହା ଲିଟର ପିଛା ୧୫୯ ଟଙ୍କାରେ ବିକ୍ରୟ ହେଉଛି । ଯାହାକି ଆଇନଗତ ଅପରାଧ । ଏ ନେଇ କର୍ମଚାରୀ ଜଣକ କହିଛନ୍ତି ଯାହା ହେଉଛି ସବୁ ସିଷ୍ଟମରେ ହେଉଛି । ଉପରୁ ଏହା କରାଯାଉଛି । ତେବେ ଏହାକୁ ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏଭଳି ପ୍ରତିଷ୍ଠିତ ସୁପରମାର୍କେଟରେ ଏପରି ଠକିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅଭିଯୋଗ ହୋଇଛି । ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆଳ ଦେଖାଇ ଖାଇବା ତେଲ ଦର ବୃଦ୍ଧି କରୁଛନ୍ତି ଅସାଧୁ ବ୍ୟବସାୟୀ । ଯାହାକୁ ନେଇ ଚାରିଆଡେ ଚଢ଼ାଉ କରାଯାଉଛି । କିନ୍ତୁ ଏହି ନିର୍ଦ୍ଦିଷ୍ଟ ସୁପରମାର୍କଟରେ ଏଭଳି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ଅସନ୍ତୁଷ୍ଟ ଗ୍ରାହକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।
Last Updated : Feb 3, 2023, 8:18 PM IST

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.