thumbnail

By ETV Bharat Odisha Team

Published : Nov 19, 2023, 5:11 PM IST

ETV Bharat / Videos

ବିଶ୍ବକପ ଫାଇନାଲରେ ପରଫରମାନ୍ସ କରିବେ ଗାୟକ ଆଦିତ୍ୟ ଗଡବୀ, କହିଲେ 'ଜିତିବ ଭାରତ'

ହାଇଦ୍ରାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱକପ 2023 ଫାଇନାଲ ମ୍ୟାଚ ସମୟରେ ଖାଲସି ଖ୍ୟାତି ଗୁଜୁରାଟୀ ଗାୟକ ଆଦିତ୍ୟ ଗଡବୀ ପରଫରମାନ୍ସ କରିବାକୁ ଯାଉଛନ୍ତି । ତାଙ୍କ ପ୍ରଦର୍ଶନ ପୂର୍ବରୁ ଗୁଜୁରାଟୀ ଆଦିତ୍ୟ ଗଣମାଧ୍ୟମ ସହ କଥା ହୋଇଥିଲେ ।  ଅଷ୍ଟ୍ରେଲିଆ ବିପକ୍ଷ ଭାରତ ବିଶ୍ୱକପ ମ୍ୟାଚ ନେଇ ଉତ୍ସାହିତ ଥିବା ବେଳେ ଭଲ ପ୍ରଦର୍ଶନ କରି ଭାରତ ୱାର୍ଲ୍ଡ କପ ଜିତିବା ନେଇ ଆଶାବାଦୀ ରହିଥିବା କହିଛନ୍ତି । କଣ୍ଠଶିଳ୍ପୀ ଆହୁରି କହିଛନ୍ତି, ''କ୍ରିକେଟ୍ ବିଶ୍ୱକପ୍ 2023 କ୍ଲୋଜିଙ୍ଗ୍ ସେରମନିରେ ଅଂଶଗ୍ରହଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ ।"

ଏହା ମଧ୍ୟ ପଢନ୍ତୁ: ବିଶ୍ବ କପ ଫାଇନାଲ ୨୦୨୩: ସୁପର ମ୍ୟାଚ ପାଇଁ ଉତ୍ସାହିତ ସେଲିବ୍ରିଟି, କହିଲେ 'ଏଥର ଟ୍ରଫି ଆମର'

ଆଜିର ସ୍ମାରକୀ ମ୍ୟାଚ ସମୟରେ ପ୍ରୀତମ ଚକ୍ରବର୍ତ୍ତୀ, ଜୋନିତା ଗାନ୍ଧୀ, ନାକାଶ ଅଜିଜ, ଅମିତ ମିଶ୍ର, ଆକାସା ସିଂ, ଏବଂ ତୁଷାର ଯୋଶୀଙ୍କ ପରି ସଂଗୀତକାରଙ୍କ ମଧ୍ୟ ପରଫରମାନ୍ସ କରିବେ । ସେପଟେ ଗାୟକଙ୍କ ବ୍ୟତୀତ ଅନେକ ସେଲିବ୍ରିଟି ମଧ୍ୟ ଷ୍ଟାଡିୟମରେ ପହଞ୍ଚିଛନ୍ତି । ଶାହାରୁଖ ଖାନ, ରଣଭୀର ସିଂ, ଦୀପିକା ପାଦୁକୋନ, ଉର୍ବଶୀ ରୌତେଲା, କାକି ଶଫ୍ର ସମେତ ଅନେକ ସେଲିବ୍ରିଟି ଷ୍ଟାଡିୟମରେ ନଜର ଆସିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.