Tanzanian Boy Kili Paul: ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ତାଞ୍ଜାନିଆର ଭାଇଭଉଣୀ

By

Published : Jul 11, 2023, 5:14 PM IST

thumbnail

ହାଇଦ୍ରାବାଦ: ଚର୍ଚ୍ଚାରେ ତାଞ୍ଜାନିଆର ଭାଇଭଉଣୀ କିଲି ପଲ ଏବଂ ତାଙ୍କ ଭଉଣୀ ନୀମା ପଲ। ଉଭୟ ସୋସିଆଲ ମିଡିଆରେ ସବୁ ଭାଷାର ଗୀତରେ ରିଲ୍ସ କରି ଦର୍ଶକଙ୍କ ମନ ଜିତି ପାରିଛନ୍ତି।  କେବଳ ହିନ୍ଦୀ ନୁହେଁ ଓଡିଆ, ଭୋଜପୁରୀ ଗୀତରେ ସେ ରିଲ୍ସ କରି ଜଣେ ସୋସିଆଲ ମିଡିଆ ଷ୍ଟାର ହୋଇପାରିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର 5.2 ନିୟୁତ ଫୋଲର୍ସ ଅଛନ୍ତି। ନିକଟରେ କିଲି ପାଲ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଡ.  ଜୟଶଙ୍କରଙ୍କ ସହ ଭେଟିଥିବାର ନଜର ଆସିଛନ୍ତି । 

ସୋସିଆଲ ମିଡିଆରେ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଜୟଶଙ୍କରଙ୍କ ସହ କଥାବାର୍ତ୍ତା କରି ବହୁତ ଭଲ ଲାଗିଲା। ଅନେକ ଧନ୍ୟବାଦ।ଭିଡିଓରେ କିଲି ପଲଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଜୟଶଙ୍କରଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି।  ଏହି ସମୟରେ ମନ୍ତ୍ରୀଙ୍କ ସହକାରୀ କିଲି ପଲଙ୍କୁ ପଚାରିଥିଲେ, ଆପଣ କେଉଁ ଭାଷା ବୁଝୁଛନ୍ତି ତାହା ଆମ ମନ୍ତ୍ରୀ ଜାଣିବାକୁ ଚାହାଁନ୍ତି। ଯେଉଁଥିରେ କିଲି ପାଲ୍ କୁହନ୍ତି, 'ଫରାସୀ, ଜର୍ମାନ, ସ୍ପାନିସ୍ ଭଳି କିଛି ଭାଷା କହିପାରେ କିନ୍ତୁ ହିନ୍ଦୀ ଅଳ୍ପ କହିପାରେ। କିଲି ପାଲଙ୍କ ଏହି ପୋଷ୍ଟକୁ ଅନେକ ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି। ଏବଂ ସେ ହିନ୍ଦୀ ଭାଷା କହିଥିବାରୁ ଲୋକମାନେ ତାଙ୍କୁ ପ୍ରଶଂସା କରିଛନ୍ତି। 

ଏହା ମଧ୍ୟ ପଢନ୍ତୁ: ବନ୍ଦେ ଉତ୍କଳ ଜନନୀରେ ରିଲ୍ସ କଲେ ତାଞ୍ଜାନିଆର ଭାଇ ଭଉଣୀ, ପ୍ରଶଂସା କଲେ ଭାରତର ରାଷ୍ଟ୍ରଦୂତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.