thumbnail

ବୈରାଗୀଙ୍କୁ ସରପ୍ରାଇଜ ଦେଲେ ସିଦ୍ଧାନ୍ତ, ତାଜା କଲେ ପୁରୁଣା ସ୍ମୃତିକୁ

By ETV Bharat Odisha Team

Published : Oct 13, 2023, 11:56 AM IST

କଟକ: ପୁଚୁକିଗାଲି ଫେସନ ବାଲି ଚାଲି ତ ବମ୍ବେ ଦିଲ୍ଲୀ ମୋ ବୋପା ଲୋ...। ଆଜି ବି ଗୀତଟି ବାଜିଲେ ମନ ଝୁମି ଉଠେ । ଏଥିରେ ତାଳ ଦେଇ ନାଚିଥିଲେ ଓଡିଆ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ।  ଗୀତଟି ପୁରୁଣା ହୋଇଯାଇଛି ସତ, କିନ୍ତୁ ଏଥିରେ ଡ୍ୟାନ୍ସ କରିଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ସିଦ୍ଧାନ୍ତ ଏଥର ଗୀତ କି ନାଚ ପାଇଁ ନୁହେଁ, ବରଂ ଏହି ଲୋକପ୍ରିୟ ଗୀତରେ ଡ୍ୟାନ୍ସ କରିଥିବା କୋ-ଡ୍ୟାନ୍ସରଙ୍କୁ ଭେଟି ଚର୍ଚ୍ଚାକୁ ଆସିଛନ୍ତି ।

ନିଜ କୋ-ଡ୍ୟାନ୍ସର ବୈରାଗୀ ସେଠୀକୁ ଭେଟିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସୋସିଆଲ ମିଡିଆରେ ବୈରାଗୀ ସେଠୀଙ୍କ ଦୁଃଖ କାହାଣୀ ଦେଖି ସିଦ୍ଧାନ୍ତ ଆସି ପହଞ୍ଚିଥିଲେ କଟକରେ ଥିବା ତାଙ୍କ ଫାଷ୍ଟ୍‌ଫୁଡ୍‌ ଦୋକାନରେ । ସିଦ୍ଧାନ୍ତ ମହାପାତ୍ରଙ୍କୁ ପାଖରେ ପାଇ ବୈରାଗୀ ଭାବବିହ୍ୱଳ ହୋଇପଡ଼ିଥିଲେ । ସିଦ୍ଧାନ୍ତ ମଧ୍ୟ ବୈରାଗୀଙ୍କୁ କୁଣ୍ଢାଇ ପକାଇଥିଲେ । ପରେ ବୈରାଗୀ ମୁନ୍ନା ଭାଇଙ୍କୁ ତାଙ୍କ ଫାଷ୍ଟ ଫୁଡ୍ ଦୋକାନକୁ ପାଛୋଟି ନେଇଥିଲେ । ମୁନ୍ନା ଭାଇ ବୈରାଗୀ ଏବଂ ତାଙ୍କ ପରିବାର ପାଇଁ କିଛି ଉପହାର ଆଣିଥିଲେ । କେବଳ ସେତିକି ନୁହେଁ ସିଦ୍ଧାନ୍ତ ମହାପାତ୍ର ୯୦ ଦଶକର ଅନେକ ସିନେମା ପ୍ରିଣ୍ଟ ଥିବା ଟି-ସାର୍ଟ ବୈରାଗୀଙ୍କୁ ଉପହାର ସ୍ୱରୂପ ଦେଇଥିଲେ । ଏବେ ମଧ୍ୟ ଦରକାର ପଡିଲେ ସେ ବୈରାଗୀଙ୍କ ସହ କାମ କରିବେ ବୋଲି ସିଦ୍ଧାନ୍ତ କହିଛନ୍ତି । ବୈରାଗୀ ୯୦ ଦଶକରେ ସିଦ୍ଧାନ୍ତଙ୍କ ସହ ଅନେକ ଫିଲ୍ମରେ କାମ କରିଥିଲେ । କିନ୍ତୁ ଏବେ ସେ କଟକରେ ଏକ ଫାଷ୍ଟଫୁଡ ଦୋକାନ କରିଛନ୍ତି ।
 

ଏହା ମଧ୍ୟ ପଢନ୍ତୁ: Kishore Kumar Death Anniversary: 4ଥର ବିବାହ କରିଥିଲେ, ତୃତୀୟ ପତ୍ନୀ ଧରିଥିଲେ ଏହି ଅଭିନେତାଙ୍କ ହାତ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.