thumbnail

By ETV Bharat Odisha Team

Published : Jan 1, 2024, 5:16 PM IST

ETV Bharat / Videos

ନବବର୍ଷ ଶୁଭେଚ୍ଛା ଜଣାଇବାକୁ ଥଲାଇଭାଙ୍କ ଘର ଆଗରେ ଫ୍ୟାନ୍ସଙ୍କ ଭିଡ଼

Rajinikanth Greets Fans: ହାଇଦ୍ରାବାଦ: ସାଉଥ ମେଗାଷ୍ଟାର ରଜନୀକାନ୍ତଙ୍କ ଘର ଆଗରେ ଜମିଲା ଫ୍ୟାନ୍ସଙ୍କ ଭିଡ଼ । ନବ ବର୍ଷ ଶୁଭେଚ୍ଛା ଜଣାଇବାକୁ ଏବଂ ଅଭିନେତାଙ୍କ ଗୋଟିଏ ଝଲକ ଦେଖିବାକୁ ତାଙ୍କ ଚେନ୍ନାଇ ସ୍ଥିତ ଘର ଆଗରେ ଫ୍ୟାନ୍ସ ଭିଡ଼ ଜମାଇଥିଲେ । ଏହି ସମୟରେ ରଜନୀକାନ୍ତ ଘରୁ ବାହାରେ ଆସି ବାଲକୋନିରେ ରହି ଫ୍ୟାନ୍ସଙ୍କୁ ଅଭିବାଦନ ଜଣାଇଛନ୍ତି । ରଜନୀକାନ୍ତ ହ୍ବାଇଟରଙ୍ଗର କୁର୍ତ୍ତା ପାଇଜାମାରେ ନଜର ଆସିଛନ୍ତି । ସମସ୍ତ ଫ୍ୟାନ୍ସଙ୍କୁ ନବ ବର୍ଷର ଶୁଭକାମନା ଜଣାଇଛନ୍ତି । ସେପଟେ ଥଲାଇଭାଙ୍କ ଝଲକ ଦେଖିବା ପରେ ଫ୍ୟାନ୍ସ ଦିୱାନା ହୋଇଛନ୍ତି । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ତେବେ ଏହା ପ୍ରଥମ ଥର ନୁହେଁ । ସବୁ ପର୍ବରେ ଫ୍ୟାନ୍ସ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଏବଂ ତାଙ୍କ ଗୋଟିଏ ଝଲକ ପାଇବାକୁ ବାସଭବନ ଆଗରେ ଫ୍ୟାନ୍ସଙ୍କୁ ଦେଖିବାକୁ ମିଳିଥାଏ । 

ଏହା ମଧ୍ୟ ପଢନ୍ତୁ: ସହ-ତାରକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ ରଜନୀକାନ୍ତ; ଏବେ ବକ୍ସ ଅଫିସ ବାଦଶାହା

ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ରଜନୀକାନ୍ତଙ୍କୁ ଗତବର୍ଷ ଜେଲରରେ ଦେଖିବାକୁ ମିଳିଥିଲା । ଯାହା ବେଶ ସଫଳତା ସହ ଲୋକପ୍ରିୟତା ହାସଲ କରିଥିଲା । ବର୍ତ୍ତମାନ ଥଲାଇଭା ଟିଜେ ଜ୍ଞାନବେଲଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ଥଲାଇୱାର ୧୭୦ରେ ନଜର ଆସିବେ । ଏଥିରେ ତାଙ୍କ ସହ ବିଗ ବି' ମଧ୍ୟ ନଜର ଆସିବେ । ରଜନୀକାନ୍ତଙ୍କୁ ତାଙ୍କ ଝିଅ ଐଶ୍ବର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାଲ ସଲାମ'ରେ କ୍ୟାମିଓ ରୋଲରେ ମଧ୍ୟ ଦେଖିବାକୁ ମିଳିବ । ଏଥିସହ 'ଲିଓ' ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ସହ ରଜନୀକାନ୍ତଙ୍କ ପରବର୍ତ୍ତୀ ଫିଲ୍ମ 'ଥଲାଇଭର 171'ରେ ମଧ୍ୟ ନଜର ଆସିବେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.