ସରିଲା ରଜ ଉତ୍ସବ, ଦୋଳି ସାଙ୍ଗକୁ ପିଠା ପଣାର ମଜାନେଲେ ଲୋକେ - ସମ୍ବଲପୁରର ପାନ୍ଥ ନିବାସରେ ଉଦଜାପିତ ହେଲା ରଜ ଉତ୍ସବ
🎬 Watch Now: Feature Video
ସମ୍ବଲପୁର: ସହରର ପାନ୍ଥ ନିବାସ ଠାରେ ଜିଲ୍ଲା ପ୍ରଶାସନର OTDC ପକ୍ଷରୁ ରଜ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଗତ 14 ତାରିଖରୁ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ 16 ତାରିଖରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଏଠାରେ ସମସ୍ତ ପ୍ରକାର ଓଡ଼ିଆ ପିଠା ପଣାର ଷ୍ଟଲ ଲାଗିଥିଲା । ବିଶେଷ କରି ରଜ ପର୍ବରେ ଘରେ ଘରେ ତିଆରି ହେଉଥିବା ପୋଡ଼ ପିଠାର ସ୍ୱତନ୍ତ୍ର ଚାହିଦା ରହିଥିଲା । ଏହାସହ ରଙ୍ଗୀନ ଆଲୋକ ସଜସଜ୍ଜା ସହ ରଜ ଦୋଳିର ବ୍ୟବସ୍ଥା କରାଯାଇଥିଲା । ଛୋଟରୁ ବଡ଼ ସମସ୍ତ ବୟସ୍କ ବର୍ଗର ଲୋକ ଆସି ରଜ ଦୋଳିର ମଜା ନେଇଥିଲେ । ରଜ ମହୋତ୍ସବର ସେଲ୍ଫି ପଏଣ୍ଟରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରାୟତଃ ପଶ୍ଚିମ ଓଡିଶାରେ ରଜ ପର୍ବ ପାଳନ ହେଉନଥିବା ବେଳେ ବିଗତ କିଛି ବର୍ଷ ହେଲା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ OTDC ପକ୍ଷରୁ ପଶ୍ଚିମ ଓଡିଶାରେ ମଧ୍ୟ ରଜ ମହୋତ୍ସବ ଆୟୋଜିତ ହୋଇ ଆସୁଛି । ଏହାଦ୍ୱାରା ସାଂସ୍କୃତିକ ଆଦାନ ପ୍ରଦାନ ହେଉଥିବା ସ୍ଥାନୀୟ ଲୋକ କହିଛନ୍ତି ଓ ଜିଲ୍ଲା ପ୍ରଶାସନର ଉଦ୍ୟମର ପ୍ରଶଂସା କରିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର