ନିର୍ବାଚନ ସଚେତନତା ନେଇ ଅନୁଗୋଳରେ ରାହାଗିରି ଅନୁଷ୍ଠିତ - ଅନୁଗୋଳରେ ନିର୍ବାଚନ ସଚେତନତା କାର୍ଯ୍ୟକ୍ରମ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 25, 2023, 2:20 PM IST

ଅନୁଗୋଳ: ନିର୍ବାଚନ ସଚେତନତା ନେଇ ଅନୁଗୋଳ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ରାହାଗିରି । ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଏହି ରାହାଗିରି ଆୟୋଜିତ ହୋଇଥିବା ବେଳେ କିଭଳି ଦେଶର ନୂତନ ନାଗରିକ ଭୋଟର ତାଲିକାଭୁକ୍ତ ହେବେ ଏବଂ ସରକାର ଗଢିବାରେ ନିଜକୁ ସାମିଲ କରିବେ ସେନେଇ ସଚେତନ କରାଯାଇଥିଲା । 

ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରାସ୍ତାରେ ଦେଖିବାକୁ ମିଳିଥିଲା ଏହି ନିର୍ବାଚନ ସଚେତନତା କାର୍ଯ୍ୟକ୍ରମ । ଭୋଟରମାନଙ୍କୁ ସଚେତନତା ପାଇଁ ଏହି ପଥ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । ନୂଆ ଭୋଟରଙ୍କୁ ତାଲିକାଭୁକ୍ତ କରିବା ଏବଂ ଭୋଟରଙ୍କ ପରିଚୟ ପତ୍ର ସଂଶୋଧନ କରିବା ଏବଂ ମତଦାତାଙ୍କୁ ଗଣତନ୍ତ୍ରର ମହାପର୍ବରେ ସାମିଲ କରାଯିବା ପାଇଁ ଏହି କାର୍ଯ୍ୟକ୍ରମ ସହାୟତାରେ ଆହ୍ବାନ ଦିଆଯାଇଥିଲା । 

ଏହାମଧ୍ୟ ପଢନ୍ତୁ..Cancer Awareness Day: ପଥପ୍ରାନ୍ତ ନାଟକ ଜରିଆରେ ଛାତ୍ରଛାତ୍ରୀଙ୍କ କ୍ୟାନ୍ସର ସଚେତନତା

ଅନୁଗୋଳର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ପରେ ଝୋଟି ରଙ୍ଗୋଲି ଠାରୁ ଆରମ୍ଭ କରି ଯୋଗ, କରାଟେ, ଟାଇକୋଣ୍ଡ ଆଦି ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଏହାବ୍ୟତୀତ ବିଭିନ୍ନ ଲୋକକଳା, ଦାସକାଠିଆ ଠାରୁ ଆରମ୍ଭ କରି ଓଡିଶୀ ନୃତ୍ୟ ସବୁ ପରିବେଷଣ କରାଯାଇଥିଲା । ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅତିରିକ୍ତ ନିର୍ବାଚନ ଅଧିକାରୀ ପିସି ରାଜ, ଉପଜିଲ୍ଲାପାଳ, ପୋଲିସ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ ।
 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.