thumbnail

By ETV Bharat Odisha Team

Published : Oct 27, 2023, 9:18 PM IST

ETV Bharat / Videos

ସ୍ବରୂପ ନାୟକଙ୍କ ବିୟୋଗରେ ଶୋକପ୍ରକାଶ କଲେ ସଙ୍ଗୀତଜ୍ଞ, ମୋ ବାବୁ ଚାଲିଗଲା କହିଲେ ପ୍ରଶାନ୍ତ ନନ୍ଦ

କଟକ: ଅପେରା ରାଇଜରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ । ଗଳା କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ।  ତାଙ୍କ ବିୟୋଗରେ ପରିବାର ଏବଂ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିୟାଇଛି । କଟକ ସ୍ଥିତ ବାସଭବନରେ ଶେଷ ଦର୍ଶନ କରିଛନ୍ତି ଓଲିଉଡ ସେଲିବ୍ରିଟି । ବରିଷ୍ଠ ସଙ୍ଗୀତଜ୍ଞ ପ୍ରଶାନ୍ତ ନନ୍ଦ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅରୁଣ ମନ୍ତ୍ରୀ ସ୍ବରୂପ ନାୟକଙ୍କ ଶେଷ ଦର୍ଶନ କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି । 

ପ୍ରଶାନ୍ତ ନନ୍ଦ କହିଛନ୍ତି, ମୁଁ ମୋ ପିଲା ଦିନର ସାଙ୍ଗର ହରାଇ ବହୁତ ଦୁଃଖିତ । ଏହା ସାରା ଓଡ଼ିଶାବାସୀଙ୍କ ପାଇଁ ବହୁତ ଦୁଃଖଦ ଘଟଣା । ସେ ତାଙ୍କ ସଙ୍ଗୀତରେ ଦର୍ଶକଙ୍କୁ ମୁଗ୍ଧ କରି ରଖିଥିଲେ । ଆଜି ସେହି ମହାନ କଳାକାରଙ୍କୁ ଓଡ଼ିଶା ହରାଇଛି । ଆଜି କଳା ଜଗତ ପାଇଁ ଦୁଃଖର ଦିନ । ଏହି ସମୟରେ ସେ ସ୍ବରୂପ ନାୟକଙ୍କ ସହ କାମ କରିବାର ଯାତ୍ରା ବିଷୟରେ ଅନୁଭୂତି ମଧ୍ୟ ବଖାଣିଛନ୍ତି । 

ସେହିପରି ସଙ୍ଗୀତ ନିର୍ଦ୍ଦେଶକ ଅରୁଣ ମନ୍ତ୍ରୀ ସ୍ବରୂପ ନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି, ଏହା ଆମ ଇଣ୍ଡଷ୍ଟ୍ରୀ ପାଇଁ ଏକ କ୍ଷତି । ଯାହା କେବେ ପୂରା ହୋଇପାରିବ ନାହିଁ । ଗୀତ ଗାଇବା ଠାରୁ ଆରମ୍ଭ କରି ଅଭିନୟ, ନିର୍ଦ୍ଦେଶନା କ୍ଷେତ୍ରରେ ତାଙ୍କ କାମ ବେଶ ପ୍ରଶଂସନୀୟ । କେବଳ ଏତିକି ନୁହେଁ ସେ ଜଣେ ଭଳ ମଣିଷଟିଏ ମଧ୍ୟ । ଏଭଳି ଲୋକ କିଛି ଦେବା ଆଶାରେ ଆସିଥାନ୍ତି । ଏବଂ ଆମକୁ ଅନେକ କିଛି ଶିଖାଇ ଚାଲସିଯାଆନ୍ତି । ତାଙ୍କ ପାଖରୁ ମୁଁ ମଧ୍ୟ ଅନେକ କିଛି ଶିଖିଛି ।

ଏହା ମଧ୍ୟ ପଢନ୍ତୁ: ନୀରବି ଗଲା ସ୍ବରୂପ ନାୟକଙ୍କ ସ୍ବର

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.