‘ମୁଁ କଷ୍ଟ ଭୋଗୁଛି, ମୁଁ ଅନ୍ୟ କାହାକୁ କଷ୍ଟ ଭୋଗୁଥିବା ଦେଖିପାରିବି ନାହିଁ’ - ଅଭିନେତା ସାତ୍ୟକି ମିଶ୍ର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/27-12-2023/640-480-20368096-thumbnail-16x9-s.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 27, 2023, 5:10 PM IST
|Updated : Dec 29, 2023, 6:00 PM IST
Satyaki Mishra Appeals to People: ଭୁବନେଶ୍ବର: ଓଲିଉଡ ଅଭିନେତା ସାତ୍ୟକି ମିଶ୍ର ଦୀର୍ଘ ୨ ବର୍ଷ ହେବ ମୁଖ କର୍କଟ ରୋଗରେ ପୀଡ଼ିତ । ବର୍ତ୍ତମାନ ସେ କିପରି ଏହି ରୋଗ ସହ ଲଢିଛନ୍ତି ସେନେଇ ଅନୁଭୂତି ବଖାଣିବା ସହ ଲୋକଙ୍କୁ ନିଶା ସେବନ ଏବଂ ତମ୍ବାଖୁ ନ ଖାଇବାକୁ ନିବେଦନ କରିଛନ୍ତି । ଅଭିନେତା ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ନିବେଦନ କରିଛନ୍ତି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ଅଭିନେତା ସୋସିଆଲ ମିଡିଆ ମାଧ୍ୟମରେ ଅପିଲ୍ କରି କହିଛନ୍ତି, ''ଭାଇ, ସାଙ୍ଗ ହିସାବରେ ମୁଁ ତୁମମାନଙ୍କୁ ଅନୁରୋଧ କରି କହୁଛି । ତମ୍ବାଖୁ, ନିଶା ସେବନ କରନ୍ତୁ ନାହିଁ । ମୁଁ ବର୍ଷେ ହେଲା କ୍ୟାନସରରେ ପୀଡିତ ହୋଇଛି । ମୁଁ ନିଜେ ସେହି କଷ୍ଟ ଭୋଗୁଛି ଏବଂ କଷ୍ଟ ପାଇଛି । ମୁଁ ଅନ୍ୟ କାହାକୁ ସେହି କଷ୍ଟ ଭୋଗୁଥିବା ଦେଖିପାରିବି ନାହିଁ । ବହୁତ କଷ୍ଟ । ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେଉଁମାନେ ଗୁଟଖା, ସିଗାରେଟ୍, ତମ୍ବାଖୁ ଏବଂ ନିଶା ସେବନ କରୁଛନ୍ତି । ଦୟାକରି ତାହା ଛାଡି ଦିଅନ୍ତୁ । ମୁଁ ଆଶା କରୁଛି ମୋ ଅନୁରୋଧ ସମସ୍ତେ ରଖିବେ ।'' ସୂଚନା ଥାଉ କି, ଅଭିନେତା ସାତ୍ୟକି ମିଶ୍ର ମୁଖ କର୍କଟ ରୋଗରେ ଦୀର୍ଘ ୨ ବର୍ଷ ହେବ ପୀଡିତ ହୋଇଛନ୍ତି । ଏବଂ ଗତ ବର୍ଷେ ତଳେ ତାଙ୍କର ମୁହଁର ଅସ୍ତ୍ରୋପଚାର ହୋଇଛି ।
ଏହା ମଧ୍ୟ ପଢନ୍ତୁ: ଆରପାରିରେ ଅଭିନେତା ପିଣ୍ଟୁ ନନ୍ଦ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ