thumbnail

By ETV Bharat Odisha Team

Published : Aug 29, 2023, 10:39 PM IST

ETV Bharat / Videos

Miss World Karolina Bielawska: ବଲିଉଡ଼ ବାଦଶାହ ଶାହାରୁଖ ଖାନଙ୍କ ସହ କାମ କରିବେ ମିସ୍ ଓ୍ୱାର୍ଲ୍ଡ !

ମୁମ୍ବାଇ: ମିସ୍‌ ଓ୍ବାର୍ଲ୍ଡ 2022, କରୋଲିନା ବାଏଲସ୍କା ଏକ ସାକ୍ଷାତକାରରେ ବଲିଉଡରେ କାମ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ତେବେ କରୋଲିନା ବଲିଉଡ ବାଦଶାହ ଶାହାରୁଖ ଖାନଙ୍କ ସହ କାମ କରିବା ପାଇଁ ଆଗ୍ରହୀ ଥିବା କହିଛନ୍ତି। ଏହାସହ ନିର୍ଦ୍ଦେଶକ ସାଜିଦ ନାଦିଆଦଓ୍ବାଲାଙ୍କ ସହ ସାକ୍ଷାତ କରି ଖୁସି ଥିବା ସହ ନିର୍ଦ୍ଦଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ରରେ ରାଜପ୍ରାସାଦରେ ଏବଂ ରାଜଜକୁମାରୀ ଚରିତ୍ରରେ କାମ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଭାରତ ଏବଂ ଏହାର ସଂସ୍କୃତିକୁ ଉପୋଭୋଗ କରୁଥିବା କହିଛନ୍ତି ଏହି ମିସ ଓ୍ବାର୍ଲ୍ଡ।  

ଆନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ପୋଲାଣ୍ଡର କରୋଲିନା ବାଏଲସ୍କା ମିସ ଓ୍ବାର୍ଲ୍ଡ 2022ର ମୁକୁଟ ପିନ୍ଧିଥିଲେ । ତେବେ ଭାରତରୁ ପ୍ରତିନିଧିତ୍ବ କରିଥିବା ମାନୁଷୀ ଛିଲ୍ଲର 2017ରେ ଶେଷଥର ଭାରତ ପାଇଁ ମିସ ଓ୍ବାର୍ଲ୍ଡ ଟାଇଟଲ ଜିତିଥିଲେ। 

ଏହା ମଧ୍ୟ ପଢ଼ନ୍ତୁ...Miss World 2021: ବିଶ୍ୱ ସୁନ୍ଦରୀ ତାଜ ପିନ୍ଧିଲେ ପୋଲାଣ୍ଡର କରୋଲିନା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.