ଦିପାବଳୀ ବଜାରରେ ଧମାକା କରିବ ପ୍ରଥା ! ରିଲିଜ ପୂର୍ବରୁ ସ୍ବରାଜଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

By ETV Bharat Odisha Team

Published : Oct 30, 2023, 8:37 PM IST

thumbnail

ଭୁବନେଶ୍ବର: ନଭେମ୍ବର 3ରେ ଦିପାବଳୀ ଅବସରରେ ଫିଲ୍ମ 'ପ୍ରଥା' ସହ ପରଦାରେ ଧମାକା କରିବାକୁ ଆସୁଛନ୍ତି ଓଲିଉଡ ଅଭିନେତା ସ୍ବରାଜ ବାରିକ । ନିଛକ ପାରମ୍ପରିକ ମୌଳିକ ଏବଂ ସମାଜର କୁପ୍ରଥା ଏବଂ ଅନ୍ଧବିଶ୍ବାସକୁ ନେଇ କାହାଣୀ ପର୍ଯ୍ୟବେଶିତ । ତେବେ ଫିଲ୍ମ ରିଲିଜ ପୂର୍ବରୁ ଅଭିନେତା ସ୍ବରାଜ ବାରିକ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି । ଏହି ସମୟରେ ସେ ନିଜ ଫିଲ୍ମ ଏବଂ ନିଜ ଚରିତ୍ରକୁ ନେଇ ଅନେକ ଖୁଲାସା କରିଛନ୍ତି ସ୍ବରାଜ । ଦୀର୍ଘ ଦିନ ପରେ ଅଭିନେତା ଏହି ଫିଲ୍ମ ଜରିଆରେ ସ୍ବରାଜ ପରଦାକୁ ଫେରୁଥିବାରୁ ଫିଲ୍ମକୁ ନେଇ ସେ ବେଶ ଆଶାବାଦୀ ରହିଛନ୍ତି ।

ଫିଲ୍ମରେ ଅଭିନେତା ସ୍ବରାଜଙ୍କୁ ନୂଆ ଲୁକରେ ଦେଖିବାକୁ ମିଳୁଛି । ସେ ଲମ୍ବା କେଶ ରଖିଥିବା ନଜର ଆସିଛନ୍ତି । ସେ ନିଜ ଲୁକ ଏବଂ ଚରିତ୍ରକୁ କଥାବାର୍ତ୍ତାରେ କହିଛନ୍ତି ଯେ, ପ୍ରତ୍ୟେକ କଳାକାର ସବୁବେଳେ ନୂଆ ଚରିତ୍ର କରିବାକୁ ପସନ୍ଦ କରିଥାଏ । ଏହା ଦ୍ବାରା ଦର୍ଶକ ଆକୃଷ୍ଟ ହୋଇଥାନ୍ତି । ଲୁକକୁ ନେଇ ସେ କହିଛନ୍ତି ଅନେକ ଜଣ ମୋର ଏହି ଲୁକକୁ ପସନ୍ଦ କରିନଥିଲେ । ଏବଂ ସୋସିଆଲ ମିଡିଆରେ ଅନେକ କମେଣ୍ଟ କରିଥିଲେ । ହେଲେ ମୁଁ ଏହି ଫିଲ୍ମରେ ଥିବା ଚରିତ୍ର ପାଇଁ ଲମ୍ବା କେଶ ଏବଂ ଦାଢି ରହିବା ଦରକାର ଥିଲା । ମୁଁ ଏହି ଚରିତ୍ର କରି ବେଶ ଖୁସି । ଏବଂ ମୁଁ ଆଶା କରୁଛି ଦର୍ଶକ ମାନେ ମଧ୍ୟ ସିନେମା ଦେଖିବା ପରେ କହିବେ ସ୍ବରାଜଙ୍କ ଏହି ଲୁକ ତାଙ୍କୁ ସୁଟ୍ କରୁଛି । ଏବଂ ଫିଲ୍ମ ମଧ୍ୟ ଦର୍ଶକ ବେଶ ପସନ୍ଦ କରିବା ବୋଲି ସେ ଆଶାବାଦୀ ରହିଛନ୍ତି ।  

ନଭେମ୍ବର ୩ ଦିପାବଳୀ ଅବସରରେ ଫିଲ୍ମ ରିଲିଜ ହେବ । ସ୍ୱରାଜ ବାରିକ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି ଏହି ଫିଲ୍ମରେ ସ୍ବରାଜଙ୍କ ବିପକ୍ଷରେ ଶୀତଲ ପାତ୍ର ଏବଂ ମୁମ୍ବାଇ ମଡେଲ ତଥା ଅଭିନେତ୍ରୀ ସିମ୍ରନ୍ କୌର ନଜର ଆସିବେ। ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଥିବା ବେଳେ ସିମ୍ରନ ମଧ୍ୟ ପ୍ରଥମ ଥର ପାଇଁ ଏହି ଫିଲ୍ମ ସହ ଓଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମୌଳିକ କାହାଣୀକୁ ନେଇ ଆସୁଛି 'ପ୍ରଥା', ଏହି ଦିନ ହେବ ରିଲିଜ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.