thumbnail

Rath Yatra 2023: ଘଣ୍ଟଘଣ୍ଟାରେ କମ୍ପୁଛି ବଡ଼ଦାଣ୍ଡ

By

Published : Jun 20, 2023, 11:00 AM IST

ପୁରୀ: ଜଗତର ନାଥ ଜଗନ୍ନାଥ। କିଏ ତାକୁ କାଳିଆ ସାଆନ୍ତେ ଡାକେ ତ ପୁଣି କିଏ ଡାକେ ଚକା ଆଖିଆ ଆଉ କିଏ କୁହେ ବଡ଼ ଠାକୁର । କାଳିଆର ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଦେଖିବାକୁ ଚାତକ ପରି ଚାହିଁ ରହିଥିଲେ ଭକ୍ତ । ସ୍ବଚକ୍ଷୁରେ ଭଗବାନଙ୍କୁ ଦେଖି ଓଦା ହେବ ଭକ୍ତର ଆଖି । ଘଣ୍ଟଘଣ୍ଟା ଶଙ୍ଖନାଦ ଓ ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ନୀତି ନିର୍ଘଣ୍ଟ ଅନୁଯାୟୀ ଆରମ୍ଭ ହୋଇଛି ପହଣ୍ଡି ବିଜେ । ମୁଣ୍ଡରେ ଟାହିଆ ଲଗାଇ ଝୁଲିଝୁଲି ପହଣ୍ଡି ବିଜେ କରୁଛନ୍ତି ତିନି ଠାକୁର । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିବା ବେଳେ ପରେ ପରେ ବଡଠାକୁର ଶ୍ରୀବଳଭଦ୍ର ପହଣ୍ଡି ବିଜେ କରିଛନ୍ତି । ଏହାପରେ ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ଆଉ ମାତ୍ର କିଛି ସମୟର ଅପେକ୍ଷା ରଥାରୁଢ଼ ହେବେ ତିନି ଠାକୁର । ଏହାପରେ ନବଦିନାତ୍ମକ ଯାତ୍ରାରେ ବାହାରିବେ ମହାପ୍ରଭୁ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.