ବିଦେଶରେ ବାଜି ମାରିଲେ ଓଡ଼ିଆ ଝିଅ, ସୁପରମଡେଲ ପ୍ରତିଯୋଗିତାରେ ହାତେଇଲେ ପ୍ରଥମ ରନର୍ସଅପ୍ ଟାଇଟଲ - ପ୍ରିୟାଂସୀ ତାଣ୍ଡି

🎬 Watch Now: Feature Video

thumbnail

By

Published : Aug 14, 2023, 5:56 PM IST

ଝାରସୁଗୁଡା: ବିଦେଶରେ ପୁଣି ଚମକିଲେ ଓଡ଼ିଆ ଝିଅ ପ୍ରିୟାଂସୀ ତାଣ୍ଡି। ଜେକେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସୁପରମଡେଲ ୨୦୨୩ ପ୍ରତିଯୋଗିତାରେ ଝାରସୁଗୁଡ଼ାର ଝିଅ ପ୍ରିୟାଂସୀ ମିସେସ୍ ଗୋଲ୍ଡ କାଟାଗୋରିରେ ପ୍ରଥମ ରନର୍ସଅପ୍ ହୋଇ ସଫଳତା ହାସଲ କରିଛନ୍ତି । ଦୁବାଇରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ପ୍ରିୟାଂସୀ ସାମିଲ ହୋଇ ସଫଳତା ଆଣିବା ସହ ଓଡିଶା ତଥା ଝାରସୁଗୁଡ଼ା ପାଇଁ ଗର୍ବ ଆଣିଛନ୍ତି । 

ପ୍ରୀୟାଂସୀଙ୍କ ଘର ଝାରସୁଗୁଡ଼ା ସ୍ଥିତ ବେହେରାମାଲ୍‌ରେ । ସେ ଜଣେ ଗୃହିଣୀ ହୋଇ ମଧ୍ୟ ବିଉଟି କଣ୍ଟେଷ୍ଟରେ ରୁଚି ଆଜି ତାଙ୍କୁ ଏଭଳି ସଫଳତାର ଶୀର୍ଷରେ ପହଞ୍ଚାଇଛି । ଏଥିରେ ପ୍ରିୟାଂସୀଙ୍କ ପରିବାର ମଧ୍ୟ ତାଙ୍କୁ ବେଶ ସମର୍ଥନ କରୁଥିଲେ। ଯାହା ଫଳରେ ସେ ଆଜି ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି। ପ୍ରିୟାଂଶି ତାଣ୍ଡି ପୂର୍ବରୁ ମଧ୍ୟ ବହୁ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ଲାଭ କରିସାରିଛନ୍ତି। 

ସୂଚନା ଥାଉ କି,  ପ୍ରିୟାଂଶି ଜଣେ ଗୃହିଣୀ । ଅଳ୍ପ ବୟସରେ ସେ ବିବାହ କରିଥିଲେ । ମାଆ ହେବା ପରେ ଘର କାର୍ଯ୍ୟରେ ଦିନ ବିତୁଥିଲା । ହେଲେ ବିଉଟି କଣ୍ଟେଷ୍ଟରେ ଆଗ୍ରହ ଥିବାରୁ ସେ ପ୍ରତିଦିନ ଘର କାମ କରି ଏଥପ୍ରତି ଧ୍ୟାନ ଦେଉଥିଲେ।  ପରେ ସେ ବିଉଟି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚାହିଁଥିଲେ ।  ଛୋଟ ଛୋଟ ବିଉଟି କଣ୍ଟେଷ୍ଟରେ ଭାଗ ନେଇ ସେ କୃତକାର୍ଯ୍ୟ ମଧ୍ୟ ହୋଇଥିଲେ । ଏହିପରି ସେ ଏଥର ଦୁବାଇରେ ଆୟୋଜିତ ହୋଇଥିବା ଜେକେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସୁପର ମଡେଲ ୨୦୨୩ ପ୍ରତିଯୋଗିତାରେ ଭାଗ ନେଇଥିଲେ।  ପ୍ରଥମ ରନର୍ସଅପର ଟାଇଟଲ ହାତେଇଲେ ପ୍ରିୟାଂଶି । ତେବେ ତାଙ୍କର ଏହି ସଫଳତା ସମସ୍ତ ନାରୀ ସମାଜ ପାଇଁ ଏକ ଜ୍ବଳନ୍ତ ଉଦାହରଣ । ତେବେ ପ୍ରିୟାଂଶି ସମସ୍ତ ଗୃହିଣୀମାନଙ୍କୁ ଆହ୍ବାନ କରିଛନ୍ତି ଯେ, ନିଜ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣି ନିଜ ପ୍ରତିଭା ପ୍ରଦର୍ଶନ କରନ୍ତୁ । ଏନେଇ ପ୍ରିୟାଂଶିଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଝାରସୁଗୁଡ଼ା ପ୍ରତିନିଧି ଗୁରୁଚରଣ ବାଘ ।

ଝାରସୁଗୁଡ଼ା, ଇଟିଭି ଭାରତ

ଏହା ମଧ୍ୟ ପଢନ୍ତୁ: ପ୍ରତିଭା-ପରିଶ୍ରମ ଓ ଧୈର୍ଯ୍ୟ ମୋତେ ବଲିଉଡ଼ରେ ସୁଯୋଗ ଦେଇଛି: ପ୍ରେମ୍‌ ପରିଜା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.