thumbnail

Love In London: ଘୁଞ୍ଚିଲା ଫିଲ୍ମ ରିଲିଜ ଡେଟ୍, ଜୁନ୍ 9 ନୁହେଁ 13ରେ ହେବ ରିଲିଜ

By

Published : Jun 8, 2023, 11:44 AM IST

ଭୁବନେଶ୍ବର: ଘୁଞ୍ଚିଲା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଫିଲ୍ମ 'ଲଭ ଇନ୍ ଲଣ୍ଡନ' ଫିଲ୍ମ ରିଲିଜ ଡେଟ୍ । ଜୁନ୍ 9 ପରିବର୍ତ୍ତେ ଜୁନ୍ 13ରେ ଫିଲ୍ମ ସିନେମାହଲରେ ରିଲିଜ ହେବ । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଅଭିନେତା । ଗତକାଲି ଫିଲ୍ମ ରିଲିଜ ଡେଟକୁ ଘୁଞ୍ଚାଇବାକୁ ଅନୁଭବ ନିର୍ମାତାଙ୍କୁ ଅନୁରୋଧ କରିଥିଲେ । ଏହାପରେ ଫିଲ୍ମର ନିର୍ମାତା ଏବଂ ପୁରା ଟିମ ସହ ମିଶି ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ସିନେମାର ଲାଭରୁ 10% ଅର୍ଥକୁ CMRFକୁ ଦାନ କରିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । 

ଗତ 2 ତାରିଖରେ ହୋଇଥିବା ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ଫିଲ୍ମ ରିଲିଜକୁ ଘୁଞ୍ଚାଇବାକୁ ନିର୍ମାତାଙ୍କୁ ଚିଠି କରି ଅନୁରୋଧ କରିଥିଲେ । ସେ କହିଥିଲେ ଓଡିଶା ଏକ ଦୁଃଖଦ ସମୟ ଦେଇ ଗତି କରୁଛି । ଏଣୁ ଏଭଳି ସମୟରେ ଉତ୍ସବ ପାଳିବା ଠିକ ନୁହଁ ବୋଲି ମନେ କରୁଛି । ତେବେ ଆଜି ତାଙ୍କ ଅନୁରୋଧ ପରେ ଫିଲ୍ମ ନିର୍ମାତା ଏବଂ ଟିମ ମିଶି ଫିଲ୍ମ ଡେଟ୍ ଜୁନ୍ 9 ପରିବର୍ତ୍ତେ ଜୁନ୍ 13ରେ ସିନେମାହଲରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଅନୁଭବ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ ଜାରି କରି ଏହି ସୂଚନା ଦେଇଛନ୍ତି । 

ସେ କହିଛନ୍ତି, ''ଗତ ଶୁକ୍ରବାର ଯେଉଁ ରେଳ ଦୁର୍ଘଟଣା ଘଟିଲା ତାହା ଆମ ସମସ୍ତଙ୍କୁ ମର୍ମାହତ କରିଛି । ଏଭଳି ଦୁଃଖ କାହାରି ଜୀବନରେ କେବେ ନ ଆସୁ । ତେବେ ଏଭଳି ସମୟରେ ଆମ ଫିଲ୍ମ “Love In London”‌ ରିଲିଜ୍ କରି ଖୁସି ହେବାକୁ ବିବେକ ବାଧା ଦେଉଛି । ଗତକାଲି ଫିଲ୍ମ ରିଲିଜ୍ ତାରିଖ ଘୁଂଚାଇବାକୁ ମୁଁ ଫିଲ୍ମର ପ୍ରଯୋଜକଙ୍କୁ ଅନୁରୋଧ କରିଥିଲି । ଆଜି ପ୍ରିୟ ପ୍ରଯୋଜକ, ଫିଲ୍ମର ଅନ୍ୟ ସଦସ୍ୟ ମିଶି ନିଷ୍ପତ୍ତି ନେଇଛୁ ଜେ ଜୁନ୍ ୯ ତାରିଖ ବଦଳରେ ଜୁନ୍ ୧୩ ତାରିଖରେ‌ ରିଲିଜ୍ କରିବୁ । ଏହାସହିତ ସିନେମାର ଲାଭରୁ 10% ଅର୍ଥକୁ ଆମେ CMRFକୁ ଦାନ କରିବା ନେଇ ବି ନିଷ୍ପତ୍ତି ନେଇଛୁ । ଏ ଅସମୟରେ ଆମର ଏହି ପଦକ୍ଷେପକୁ ଆପଣମାନେ ସହଯୋଗ ଓ ଆଶୀର୍ବାଦ କରିବେ ବୋଲି ଦୃଢ଼ ଆଶା ଓ ବିଶ୍ବାସ ରହିଛି।''

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.