16ଦିନରେ ଅମଲା ମଞ୍ଚର ଆନ୍ଦୋଳନ, କାଲି ସଂଘର ସରକାରଙ୍କ ସହ ବୌଠକ
🎬 Watch Now: Feature Video
ବଲାଙ୍ଗୀର: ଗ୍ରେଡ ପେ’ 4200ଟଙ୍କା ପ୍ରଦାନ ଦାବିରେ ରାଜ୍ୟବ୍ୟାପୀ ମିଳିତ ଅମଲା ମଞ୍ଚର ଆନ୍ଦୋଳନ 16 ଦିନରେ ପହଞ୍ଚିଛି । ବଲାଙ୍ଗିରର 32 ଟି ବିଭାଗର ଅମଳାମାନେ ଗ୍ରେଡ ପେ 42 ଶହ କରିବା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ତେବେ ଆସନ୍ତା କାଲି ସରକାରଙ୍କ ସହ ଏମାନଙ୍କର ଆଲୋଚନା ପରେ ହେବ ଚୂଡାନ୍ତ ନିଷ୍ପତ୍ତି ନବ ଅମଲା ସଂଘ । ଯୋଗ୍ୟତା ଭିତ୍ତିରେ ସରକାରଙ୍କ ଅନ୍ୟ ବର୍ଗରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ଭଳି ଅମଲା ମାନଙ୍କୁ ସ୍ନାତକ ଯୋଗ୍ୟତା ହାରରେ ଗ୍ରେଡ ପେ ୪୨୦୦ ପ୍ରଦାନ କରିବା ଦାବି ନେଇ ଦାବି କରିଛନ୍ତି ଅମଲା । ଜିଲ୍ଲାର ପ୍ରାୟ ୩୨ ଗୋଟି ବିଭିନ୍ନ ବିଭାଗରେ ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟରତ ଅମଲା କର୍ମଚାରୀ ନିଜ ଦାବିକୁ ନେଇ ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । ଆନ୍ଦୋଳନ 16 ଦିନରେ ପହଞ୍ଚିଥିବା ବେଳେ ସରକାର ଇତି ମଧ୍ଯରେ ତିନିରୁ ଚାରି ଥର ଆଲୋଚନା ପାଇଁ ଡକାଇଥିଲେ ମଧ୍ଯ କୌଣସି ସମସ୍ଯାର ସମାଧାନ ହୋଇ ପାରୁନାହିଁ । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅମଲା ମଞ୍ଚ ଚେତାବନୀ ଦେଇଛି ।
ଇଟିଭି ଭାରତ, ବଲାଙ୍ଗୀର