ଓଡିଶାରେ ବଲିଉଡର ‘ଆନ୍ନା’, ଡାଲମାକୁ କଲେ ଭୂରି ଭୂରି ପ୍ରଶଂସା

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 22, 2023, 6:03 PM IST

Updated : Dec 22, 2023, 6:08 PM IST

Suniel Shetty Visits Odisha: ଭୁବନେଶ୍ବର: ଓଡ଼ିଶାରେ ବଲିଉଡ ଲୋକପ୍ରିୟ ଅଭିନେତା ସୁନୀଲ ଶେଟ୍ଟୀ । ବାଲିଅନ୍ତାରେ ଚାଲିଥିବା ତିନିଦିନିଆ ଜୟଦେବ ଗୌରବ ସମ୍ମାନରେ ଯୋଗ ଦେବା ପାଇଁ ସୁନୀଲ ଓଡିଶା ଆସିଥିବା ବେଳେ ସୁନୀଲ ଶେଟ୍ଟୀ ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇଛନ୍ତି । ଏହି ସମୟରେ ସେ ଓଡ଼ିଶାକୁ ପ୍ରଶଂସାରେ ପୋତି ପକାଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଜୟ ଜଗନ୍ନାଥ’ କହି ସମ୍ବୋଧନ କରିଥିବା ବେଳେ ଓଡ଼ିଶା ମୁଁ ୫ ରୁ ୬ ଥର ଆସିଛି ଆଉ ଓଡ଼ିଶାର ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛି । ଓଡ଼ିଶା ବହୁତ ସୁନ୍ଦର ଜାଗା । ହେଲେ ପ୍ରଥମଥର ପାଇଁ ମନ୍ଦିର ମାଳିନୀ ସହର ଭୁବନେଶ୍ୱରର ଆରାଧ୍ୟ ଲିଙ୍ଗରାଜଙ୍କ ଦର୍ଶନ କରି ଖୁସି ଲାଗୁଛି । ଲିଙ୍ଗରାଜଙ୍କ ପ୍ରାଥନା ସହ ଆଶୀର୍ବାଦ କାମନା କରିଛି । 

ଭୁବନେଶ୍ୱର ବା ଓଡିଶା ମୁଁ ଯେତେବେଳେ ଆସିଛି ଏହାର ବିକାଶ, ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ପରିବେଶ ମତେ ବେଶ ଖୁସି ଓ ଭଲ ଅନୁଭୂତି ଦେଇଛି । ବିଶେଷ ଭାବେ ମନ୍ଦିର ମାଳିନୀ ଭୁବନେଶ୍ୱର ବିକାଶ ମତେ ବେଶୀ ଭଲ ଲାଗେ । ଆଜିର ଖାଦ୍ୟରେ ମୁଁ ଓଡ଼ିଶାର ଖାଦ୍ୟ ଖାଇଥିବା ବେଳେ ଡାଲମାର ସ୍ୱାଦ ଚାଖିଚି ଯାହା ମତେ ବେଶ ଭଲ ଲାଗିଛି । ବିଶେଷ କରି ଏହି ଖାଦ୍ୟ ବେଶ ସ୍ୱାସ୍ଥ୍ୟକର । ତେଣୁ ଆଗକୁ ଆସିଲେ ଓଡ଼ିଶାର ପରିଚୟ ସାଜିଥିବା ଅନେକ ଖାଦ୍ୟ ଖାଇବି । ଶେଷରେ ସେ କହିଛନ୍ତି ମୋ ପ୍ରଶଂସକଙ୍କ ଭଲପାଇବା ମତେ ୩୨ ବର୍ଷ ହେଲା କଳା ଜଗତରେ ବଞ୍ଚାଇ ରଖିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ସୁନୀଲ । ସେପଟେ ଭୁବନେଶ୍ୱର ବିମାନ ବନ୍ଦର ପହଁଚିଥିବା ବେଳେ ଜୟଦେବ ଗୌରବ ସମ୍ମାନର ଆୟୋଜକ ସିଦ୍ଧି ବିନାୟକ ଚାରିଟେବଲ ଟ୍ରଷ୍ଟର ସଦସ୍ୟ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଯାହାଙ୍କ ଆତିଥ୍ୟକୁ ସେ ଭାରି ପ୍ରଶଂସା କରିଥିଲେ।

ଏହା ମଧ୍ୟ ପଢନ୍ତୁ: ୨୦୨୩ରେ ଚମକିଲା ଷ୍ଟାର କିଡସଙ୍କ କ୍ୟାରିୟର: କିଏ ମାରିଲା ଗ୍ରାଣ୍ଡ ଏଣ୍ଟ୍ରି ତ କିଏ କରିଛି ନୂଆବର୍ଷକୁ ଅପେକ୍ଷା

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 22, 2023, 6:08 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.