thumbnail

By

Published : Jun 15, 2023, 9:46 PM IST

ETV Bharat / Videos

ବିଦ୍ୟୁତ ବିଭ୍ରାଟକୁ ନେଇ ତେଜିଲା ରାଜନୀତି, ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଢେଙ୍କାନାଳ: ଅଘୋଷିତ ବିଦ୍ୟୁତ କାଟକୁ ନେଇ କାମାକ୍ଷାନଗରରେ ବିଜେପି ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ । ରାଜ୍ୟ ସାରା ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ନେଇ ଲୋକଙ୍କ ମଧ୍ୟରେ ଆସନ୍ତୋଷ ସୃଷ୍ଟି ହୋଇଛି ।  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବାରମ୍ବର ବିଦ୍ୟୁତ କାଟରେ ଅଣନିଶ୍ୱାସୀ ହୋଇପଡୁଛନ୍ତି ସାଧାରଣ ଜନତା l ଗରମରେ କଲବଲ ହୋଇ କିଏ ବିଞ୍ଚଣା ତ କିଏ ନିଜ ଗାମୁଛାରେ ସହାର ନେଇ ପଙ୍ଖା କରି ବିଞ୍ଚି ହଉଛନ୍ତି। ବାରମ୍ବର ବିଦ୍ୟୁତ କଟାକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ତରଫରୁ 14 ଓ 15 ତାରିଖ ଦୁଇ ଦିନରେ ଧରି ଜିଲ୍ଲାର ସମସ୍ତ ବ୍ଲକରେ ଥିବା ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରାଯାଉଛି । ଢେଙ୍କାନାଳ କାମାକ୍ଷାନଗର ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ ସହ ସରକାରଙ୍କ ଉପରେ ବର୍ଷିଛି ବିଜେପି । ବିଦ୍ୟୁତ ବିଭାଗର ନିର୍ବାହି ଯନ୍ତ୍ରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଆଗାମୀ ଦିନରେ ସୂଚାରୁ ରୂପେ ବିଦ୍ୟୁତ ଦେବେ ବୋଲି ପ୍ରତିଶୃତି ଦେଇଥିଲେ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.